ଭୁବନେଶ୍ବର ୧୬|୫; ୪୦ ଉପରେ ୧୧ । ମାନେ ଏହା ହେଉଛି ପାରଦର ତାପମାତ୍ରା ସମୀକରଣ । ୪୦ ହେଉଛି ତାପମାତ୍ରା ଆଉ ୧୧ ହେଉଛି ସହର । ବିସ୍ତାର କରି କହିଲେ ୧୧ ଟି ସହରରେ ବର୍ତମାନ ତାପମାତ୍ରା ରହିଛି ୪୦ ଡ଼ିଗ୍ରୀ ଊପରେ ସେଲସିୟସ୍ । ଆଉ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୌଶାଖୀ ର ସମ୍ଭାବନା ବି ରହିଛି ।
{"id":112580,"width":584,"height":267}ତେବେ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କୌଣସି ହିଟ୍ଉଏଭ୍ ୱ।ର୍ଣ୍ଣିଙ୍ଗ ଜାରି କରାଯାଇ ନାହିଁ । କିନ୍ତୁ ତା ସତ୍ବେ ବି ସାଧାରଣ ଲେ।କେ ଖରାରେ ଡ଼ହଳ ବିକଳ ହେଉଛନ୍ତି । କିନ୍ତୁ ମୌସୀମି ଆସିବାରେ ବିଳମ୍ବ ହେବ ବେ।ଲି ସୂଚନା ପ୍ରଦାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
{"id":112577}ଖରାରେ ସିଝୁଛି ଅଧା ଓଡ଼ିଶା । ଆଉଟ ପାଉଟୁ ଜବଜୀବନ । ଉପକୂଳରୁ ପଶ୍ଚିମ - ସମସ୍ୟା ବଢାଇଛି ଗୁଳୁଗୁଳି । ଆଜି ୪୦ ଡିଗ୍ରୀ ଉପରେ ୧୧ ସହରର ପାରଦ । ୪୩ ଡ଼ିଗ୍ରୀ ସହ ସବୁଠୁ ଉତ୍ତପ୍ତ ଟିଟିଲାଗଡ଼ । ସପ୍ତାହେ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଆହୁରି ୨ ରୁ ୩ ଡ଼ିଗ୍ରୀ ବଢିବ ପାରଦ । ୧୮ରୁ ପଶ୍ଚିମ ଓ ଆଭ୍ୟନ୍ତରିଣ ଓଡ଼ିଶାର ତାପମାତ୍ରା କ୍ରମାଗତ ବଢି ଚାଲିବ । ଉପକୂଳରେ ବି ନିସ୍ତାର ମିଳିବନି । ଏମିତିକିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
{"id":112578}କିଛି ଜିଲ୍ଲାପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଶୁକ୍ରବାର ସକାଳ ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଢ଼େଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସମ୍ଭାବନା ରହିଛି । ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବା ସତର୍କତା ଜାରି କରିଛି ପାଣିପାଗ ବିଭାଗ । କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
{"id":112579,"width":575,"height":275}ସେପଟେ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ ବୋଲି ସ୍କାଇମେଟ୍ ପରେ ଆକଳନ କରିଛି ଆଇଏମ୍ ଡି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୫ ଦିନ ବିଳମ୍ବରେ କେରଳ ଉପକୂଳ ଛୁଇଁବ ବୋଲି କୁହାଯାଇଛି ।