ଅସହ୍ୟ ​‌ହେବ ଗରମ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ୩ ଗୁଣ ବଢ଼ିବ ମୃତ୍ୟୁସଂଖ୍ୟା, ବର୍ଷକୁ ଯିବ ୭୦୦୦ ଜୀବନ: ରିପୋର୍ଟ

Published By : Prameya-News7 Bureau | July 27, 2021 IST

ଲଣ୍ଡନ ୨୭/୭: କରୋନା ମହାମାରୀ ସମେତ ଅନେକ ମୃତ୍ୟୁ ଦୂତ ପୃଥିବୀରେ ସଂହାରଲୀଳା ଚଳାଇଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି। ପ୍ରତିଦିନ ଗରମ ବୃଦ୍ଧି ପାଉଥିବା ବେଳେ ଲୋକ ଋତୁ ପରିବର୍ତ୍ତନକୁ ଅପେକ୍ଷା କରି ଦିନ କାଟୁଛନ୍ତି। କେବେ ମୁନ୍ଦାଏ ବର୍ଷା ହେବ କିମ୍ବା କେବେ ଶୀତ ଋତୁ ଆସିବ ବୋଲି ଲୋକେ ଚାତକ ପରି ଚାହିଁ ରହୁଛନ୍ତି। ୨୦୨୧ରେ ଭାରତ ଭଳି ଦେଶରେ ଗରମ ଅସହ୍ୟ ହେଉଛି ତାହା ନୁହେଁ ବ୍ରିଟେନରେ ମଧ୍ୟରେ ଗ୍ରଷ୍ମ ପ୍ରବାହକୁ ନେଇ ସରକାରଙ୍କ ଚିନ୍ତା ଦୁଇଗୁଣିତ ହୋଇଛି। ଏବେ ଏବେ ମିଳିଥିବା ତଥ୍ୟ ଅନୁସାରେ ଗରମ ଜନିତ ମୃତ୍ୟୁ ୨୦୫୧ ବେଳକୁ ୩ ଗୁଣ ବଢ଼ିବ । ବ୍ରିଟେନ୍‌ରେ ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରତି ବର୍ଷ ୭୦୦୦ ଲୋକଙ୍କ ଜୀବନ ଯିବ।

ଦିନ ବେଳା ତାପମାତ୍ରା ୩୦ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ନେଇ ରିପୋର୍ଟ ଆସିବା ପରେ ବ୍ରିଟେନ ସରକାର ଏବେ ଲୋକଙ୍କ ମଧ୍ୟରେ ସଚେତନାତା ବୃଦ୍ଧି କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବ୍ରିଟେନରେ ଅକସ୍ମାତ ଗରମ ବଢ଼ିବା ପରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଦିନରେ ଯେତିକି ସମୟ ଗରମ ହେଉଥିଲା ଏବେ ସେହି ସମୟ ଦୁଇଗୁଣିତ ହେଉଥିବା ଜଣାପଡ଼ିଛି। ୨୦୫୦ ବେଳକୁ ବର୍ଷକର ୫୦ ପ୍ରତିଶତ ଦିନଗୁଡ଼ିକରେ ଗରମ ଅନୁଭୂତ ହେବ ବୋଲି ନୂଆ ରିପୋର୍ଟ କହୁଛି। ଯାହାକି ଗରମ ଜନିତ ମୃତ୍ୟୁ ସଂଖ୍ୟା ବଢ଼ାଇାବରେ ସହାୟକ ହେବ। ଏହା ସହ ମୃତ୍ୟୁ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇ ୭୦୦୦ ଲୋକଙ୍କ ଜୀବନ ପ୍ରତି ବର୍ଷ ଯାଇପାରେ। ସବୁଠୁ ଆଶ୍ବର୍ଯ୍ୟର କଥା ଏକ ଚତୁର୍ଥାଂଶ ଲୋକ ହିଟ୍‌ ଓ୍ବେଭ୍‌କୁ ଭଲ ବୋଲି ଭାବୁଛନ୍ତି। କିନ୍ତୁ ୩୭ ପ୍ରତିଶତ ଲୋକ କହୁଛନ୍ତି ଗ୍ରୀଷ୍ମ ପ୍ରବାହ ଭବିଷ୍ୟତରେ ଅସୁବିଧାର କାରଣ ସାଜିବ।  

{"id":486662,"width":777,"height":517,"sizeSlug":"large","linkDestination":"none"}

ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୦ରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ୨୫୫୬ ଅଧିକ ମୃତ୍ୟୁର କାରଣ ପାଲଟିଥିଲା। ବ୍ରିଟେନ ପାଇଁ ଏହା ଏକ ସତର୍କ ଘଣ୍ଟି ବୋଲି ମଧ୍ୟ କୁହାଯାଏ। ଏପରିକି ପଶ୍ଚିମ ସସେକ୍‌ସରେ ୩୦୦ ଘରେ ୫ ଦିନ ଜଳ ସଂକଟ ଦେଖାଦେଇଥିଲା। ରିସ୍କ ଅଧିକ ଥିବା ବେଳେ ୮୮୫୭ ପ୍ରତିଶତ ୭୫ ବର୍ଷୀୟ ଲୋକଙ୍କ ମତରେ ସେମାନେ ଶ୍ରୀଷ୍ମ ପ୍ରବାହରେ ନିଜକୁ ଅସୁରକ୍ଷିତ ମନେ କରୁନାହାନ୍ତି। ଜୁନ୍‌ ୨୦୨୧ରେ ୨୦୦୦ ବୟସ୍କଙ୍କୁ ନେଇ ଏହି ଅଧ୍ୟୟନ ହୋଇଥିଲା। ହିଟ୍‌ ଓ୍ବେଭ୍‌ ଯୋଗୁ ଅତିକମରେ ୬୦ ପ୍ରତିଶତ ବ୍ରିଟେନ ଲୋକ ଯେକୌଣସି ପ୍ରକାର ଏକ ବିପରୀତ ପରିସ୍ଥିତିର ସାମ୍ନା କରିଛନ୍ତି। ବିଶେଷ କରି ମୁଣ୍ଡବିନ୍ଧା, ବୁଣ୍ଡ ବୁଲାଇବା କିମ୍ବା ଦୁର୍ବଳ ଲାଗିବା ଏବଂ ବିଚଳିତ ହେବା ଭଳି ଲକ୍ଷଣ୍ୟ ଅନୁଭବ କରିଛନ୍ତି ।

୪୦ ପ୍ରତିଶତ ବୟସ୍କ ଗ୍ରୀଷ୍ମ ପ୍ରଭହରୁ ନିଜକୁ ରକ୍ଷା କରିବା ପ୍ରଣାଣୀ ଜାଣିନଥିବା ବେଳେ ୯ ପ୍ରତିଶତଙ୍କ ପାଖରେ ଏନେଇ କୌଣସି ପ୍ରକାର ସୂଚନା ନଥିଲା। ପୂର୍ବତନ ଟିଭି ପାଣିପାଗ ଉପସ୍ଥାପିକା ସିଆନ୍‌ ଲୋୟଡ କହିଛନ୍ତି, ଲୋକଙ୍କୁ ଭଲ ଭାବେ ସଚେତନା କରିବା ଅଭାବରୁ ଗ୍ରୀଷ୍ମ ପ୍ରବାହ ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ବଢ଼ିବା ଏବଂ ସଂକଟ ସୃଷ୍ଟି କରିବା ପଛରେ ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଏହି ପ୍ରଭାବ ବିଶେଷ କରି ୭୫ ବର୍ଷରୁ ଅଧିକ ବୟସ ଲୋକ ଏବଂ ପିଲାମାନଙ୍କ ଉପରେ ପଡ଼ୁଥିବା ବେଳେ ଆଗକୁ ଏହା ଭୟାବହ ହେବ।

{"id":486663,"width":771,"height":514,"sizeSlug":"large","linkDestination":"none"}

ଯେଉଁ ମାନେ ଉପର ମହଲାରେ ରହୁଛନ୍ତି ସେମାନେ ଅଧିକ ଗରମ ଅନୁଭବ କରୁଛନ୍ତି ବୋଲି ଲୋୟଡ୍‌ କହିଛନ୍ତି। ସେପଟେ ଶ୍ରୀଷ୍ମ ପ୍ରବାହକୁ ଗ୍ଲୋବାଲ ଓ୍ବାର୍ମିଂ ସହ ଯୋଡ଼ିଲେ ଏହାର ଅନେକ ଅଧ୍ୟୟନ ସାମ୍ନାକୁ ଆସିବ। ବିଶେଷ କରି ଲୋକମାନେ ନିଜ ଦ୍ବାରା ହେଉଥିବା ବିକିରଣକୁ ରୋକିବା ଦ୍ବାରା ଗ୍ରୀଷ୍ମ ପ୍ରବାହକୁ କେତେକାଂଶରେ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.