ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆହୁରି ୨ ଦିନ ଯାଏଁ ଲାଗି ରହିବ ଏଭଳି ସ୍ଥିତି

Published By : Prameya-News7 Bureau | May 21, 2019 IST

ଭୁବନେଶ୍ବର ୨୧|୫: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ । ଗତ କିଛିଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆହୁରି ୨ ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।

ଟିଟିଲାଗଡ଼ରେ ଗତକାଲି ପାରଦ ୪୫ ଡ଼ିଗ୍ରୀ ପାର ହୋଇଥିବା ବେଳେ ୯ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ବଲାଙ୍ଗୀରରେ ଦ୍ବିତୀୟ ଥର ପାଇଁ ଆସନ୍ତା ତିନି ଦିନ ଧରି ପାଣିପାଗ ବିଭାଗ ୱେଲେ ୱାର୍ଣ୍ଣି ଜାରି କରିଛି ।

ସେହିପରି ୧୦ ଜିଲ୍ଲାରେ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ସହ ଅଂଶୁଘାତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି । ଏପଟେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ଜୋରରେ ପବନ ବହିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.