ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି, ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ

Published By : Prameya-News7 Bureau | May 12, 2019 IST

ସୁବର୍ଣ୍ଣପୁର ୧୨|୫: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  । ଝାଞ୍ଜି ସହ ପ୍ରଚଣ୍ଡ ଖରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି  । ସାରା ଜିଲ୍ଲାରେ ଏକ ପ୍ରକାର ତତଲା କଡେଇରେ ପରିଣତ ହୋଇଛି  । ଦିନର ସର୍ବୋଚ୍ଚ ତାପମାତ୍ରା ୪୫ଡିଗ୍ରୀ ଉପରେ ରହୁଛି ।

{"id":111084}

ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି । ବିଭିନ୍ନ କାର୍ଯ୍ୟରେ ଘରୁ ବାହାରୁଥିବା ଲୋକେ ଥଣ୍ଡା ପାନୀୟର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ଲୋକେ କେବଳ ଛାଇ ଓ ପିଇବା ପାଣି ଖୋଜୁଥିବା ଦେଖିବାକୁ ମିଳୁଛି ।

{"id":111085}

ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅନେକ ସ୍ଥାନରେ ଅଚଳ ହୋଇ ପଡିଥିବାବେଳେ ଏଯାଏଁ ସହରର ଅନେକ ଜାଗାରେ ଜଳ ଛତ୍ରଟିଏ ଖୋଲି ନ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହୋଇଥିଲେ  । ଏପରିକି ସହରରେ ଥିବା ପଳାଶ ବଣ ଓ ମୁଖ୍ୟ ରାସ୍ତାକଡର ଗଛ ସବୁ ବିକାଶ ନାଁରେ କାଟି ଦିଆଯାଇଥିବାରୁ ଲୋକେ ଛାଇ ଟିକିଏ ବି ପାଉ ନାହାନ୍ତି  ।

{"id":111086}

ଏଥର ଜିଲ୍ଲାରେ ଅନେକ ଦିନ ରାଜ୍ୟର ସର୍ବାଧିକ ତାପମାତ୍ରା ରହୁଥିବାରୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ବୃକ୍ଷ ରୋପଣ ଓ ଜଳ କଷ୍ଟ ଦୂର ପାଇଁ ସହରର ପୋଖରୀ ସବୁ ପୁନଃରୁଦ୍ଧାର କରିବା ପାଇଁ ପୌର ପରିଷଦ ପାଖରେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.