ଜଳୁଛି ସାରା ଓଡିଶା : ସୋନପୁରରେ ସର୍ବାଧିକ ତାପମାତ୍ରା ୪୩.୨, ଜୁନ ୨୦ରେ ଓଡିଶା ଛୁଇଁବ ମୌସୁମୀ

Published By : Prameya-News7 Bureau | May 17, 2019 IST

ଭୁବନେଶ୍ୱର ୧୭/୫ : ତାତି କମିବାର ନାଁ ଧରୁନି । ସାରା ରାଜ୍ୟ ଟଗମଗ ହୋଇ ଫୁଟୁଛି । ଏମିତି ଗରମ ଆହୁରି ଚାରି ଦିନ କଲବଲ କରିବ । ପଶ୍ଚିମ ଓଡିଶାରେ ସବୁଠୁ ବେଶି ତାତି ଅନୁଭୁତ ହେଉଛି । ତେବେ କାଳବୈଶାଖୀ ଜନିତ ବର୍ଷା ରାଜ୍ୟର କିଛି ଜିଲାରେ ହେବାର ସମ୍ଭବନା ରହିଛି ।

{"id":113014,"width":580,"height":324}

ତାତିରୁ ନିସ୍ତାର ନାହିଁ । ଜଳୁଛି ସାରା ଓଡିଶା । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ।  ସବୁଠି ଏବେ ପାରଦ ଉପର ମୁହାଁ । ପଶ୍ଚିମ ଓଡିଶାରେ ସବୁଠୁ ବେଶି ତାତି ଅନୁଭୁତ ହେଉଛି । କହିବା ପାଇଁ ଗଲେ ଟଗମଗ ହୋଇ ଫୁଟୁଛି । ଦିନ ଦଶଟା ପରଠୁ ଗୁଳୁଗୁଳି ସହ ଅସହ୍ୟ ଗରମ ଆରମ୍ଭ ହୋଇଯାଉଛି । ଖରାକୁ ଦେଖି ଲୋକେ ଘରୁ ପାଦ କାଢିବାକୁ ଭୟ କରୁଛନ୍ତି । ଗ୍ରୀଷ୍ମ ଲହରୀ ଆହୁରି ଚାରି ଦିନ କଲବଲ କରିବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ରୁ ଉର୍ଧ ସହରର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ଥିବା ରେକାର୍ଡ ହୋଇଛି ।

{"id":113015}

ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ସୋନପୁର ସର୍ବାଧିକ ତାପମାତ୍ରା ୪୩.୨ ସେଲସିୟସ ଥିବା ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ସେହିପରି ବଲାଙ୍ଗିର ୪୩.୧ ଡିଗ୍ରି, ଟିଟିଲାଗଡ ୪୩ ଡିଗ୍ରୀ, ଝାରସୁଗୁଡା ୪୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ୪୨.୩ ଡିଗ୍ରୀ,  ହୀରକୁଦ ଓ ଭବାନୀପାଟଣା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅପରପକ୍ଷରେ ସୁନ୍ଦରଗଡ ୪୦.୫ ଓ ତାଲଚେର ୪୦.୧ ଡିଗ୍ରୀସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

{"id":113016}

ଭୁବନେଶ୍ବର ତାପମାତ୍ରା ୩୭.୮ ଡିଗ୍ରି ସେଲସିୟସ ରେକର୍ଡ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି । ତେବେ କାଳବୈଶାଖୀ ଜନିତ ବର୍ଷା ରାଜ୍ୟର କିଛି ଜିଲାରେ ହେବାର ସମ୍ଭବନା ରହିଛି । ବିଶେଷକରି ମାଲାକାନଗିରି, ଗଞ୍ଜାମ, ଗଜପତି, ଝାରସୁଗୁଡା, କୋରାପୁଟ, ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର ଆଦି ଜିଲାରେ ଘଡଘଡି ବିଜୁଳି ସହ ବର୍ଷା ବୋର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡାର ଦେଓ ଗାଁରେ ସର୍ବାଧିକ ୨୦.୪ ମଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି ।

{"id":113017}

ସେପଟେ ଗରମ ଯୋଗୁ କଲବଲ ହେଉଛନ୍ତି ଲୋକେ । ଟାଣ ଖରା ହେତୁ ଘରୁ ପାଦ କାଢିବାକୁ ଭୟ କରୁଛନ୍ତି । ଦିନ ୧୧ ଟା ଭିତରେ ରାସ୍ତା ଘାଟ ଖାଁ ଖାଁ ହେଇ ଯାଉଛି । ଅତି ଜରୁରି ନ ହେଲେ ପାଦ କାଢୁ ନାହାନ୍ତି ଲୋକେ । ସେପଟେ ଯେଉଁମାନେ ବି ପାଦ କାଢୁଛନ୍ତି ହାତରେ ପାଣି ବତଲ, ମୁଣ୍ଡରେ ଓଦା ଗମୁଛା, ଆଖିରେ କଳା ଚଷମା, ମୁଣ୍ଡରେ ଟୋପି ପିନ୍ଧି ବହାରକୁ ଆସୁଛନ୍ତି । ତେବେ ଏପରି ସମୟରେ ନିର୍ମାଣ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନ ୧୨ ଟା ପୂର୍ବରୁ କାମ ବନ୍ଦ କରି ଦେଉଛନ୍ତି । ପରେ ଉପରାବେଳା କାମ କରୁଛନ୍ତି ବୋଲି ନିର୍ମାଣ ଶ୍ରମିକମାନେ କହିଛନ୍ତି ।

{"id":113019,"width":579,"height":321}

ଅପରପକ୍ଷରେ ଚଳିତଥର ବିଳମ୍ବରେ ଆସିବ ମୌସୁମୀ । ଜୁନ ୬ ତାରିଖରେ କେରଳ ଛୁଇଁବ ମୌସୁମୀ । ଓଡିଶା ପହଞ୍ଚୁ ପହଞ୍ଚୁ ଜୁନ ୨୦। ଏପରି ସମୟରେ ସୂର୍ଯ୍ୟଙ୍କ କୋପ ରାଜ୍ୟବାସୀଙ୍କୁ ଅହୁରି କଲବଲ କରିବ ।

{"id":113018}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.