ଉପରମୁହାଁ ପାରଦ, ୪୦ଡିଗ୍ରୀ ଉପରେ ଅଧିକାଂଶ ସ୍ଥାନ, ଆସନ୍ତା ୩ ଦିନ ଯାଏ ତାତିରୁ ମିଳିବନି ନିସ୍ତାର

Published By : Prameya-News7 Bureau | March 30, 2019 IST

ଉପରମୁହାଁ ପାରଦ । ଡହ ଡହ ତାରିରେ ଦେହ ହାତ ଜଳି ଯାଉଛି । ଦିନ ୯ଟାରୁ ଆରମ୍ଭ ହୋଇଯାଉଛି ସୂର୍ଯ୍ୟଙ୍କ କୋପ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରିଣ ସବୁଠି ଅସହ୍ୟ ତାତି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୩ ଦିନ ଯାଏ ତାତିରୁ ମିଳିବନି ନିସ୍ତାର ।

{"id":98589,"width":578,"height":383}

ଜଳୁଛି ସାରା ରାଜ୍ୟ । ଅସମ୍ଭାଳ ହେଲାଣି ସ୍ଥିତି । ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ମାଲକାନଗିରିରୁ ଟିଟଲାଗଡ, ଝାରସୁଗୁଡାରୁ ବଲାଙ୍ଗୀର ସବୁଠି ପାରଦ ଉପରମୁହାଁ । ଦିନ ୯ଟା ବାଜିଲା ବେଳକୁ ଆରମ୍ଭ ହୋଇ ଯାଉଛି ଟାଇଁ ଟାଇଁ ଖରା । ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ଏକ ଘୂର୍ଣ୍ଣି ବଳୟ ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ଗରମ ଅନୁଭୂତ ହେଉଛି । କେଉଁଠି ପାରଦ ୪୦ ଡିଗ୍ରୀ ଡେଇଁଲାଣି ତ ଆଉ କେଉଁ ୪୦ ଡିଗ୍ରୀ । ମାଲକାନଗିରିରେ ସର୍ବାଧିକ ତାପମାତ୍ର ୪୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ୪୦ ଡିଗ୍ରି, ବଲାଙ୍ଗୀର ଓ ଅନୁଗୁଳ ୩୯ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଅନୁଭୂତ ହେବ

{"id":98590}

୩୮ ଡିଗ୍ରୀ ସେଲସିଅସ୍ ତାପମାତ୍ରାରେ ରାଜଧାନୀ ଭୁବନେଶ୍ବରର ବି ଅବସ୍ଥା ବେହାଲ । ଦିନ ସାଢେ ୧୧ଟା ପରେ ରାସ୍ତା ଘାଟ ସୂନଶାନ ହୋଇ ଯାଉଛି । କାମ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ଆଉ ଯେଉଁମାନେ ବି ଯାଉଛନ୍ତି ମୁହଁରେ କପଡା ଓ ଚଷମା ନପିନ୍ଧିଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।

{"id":98591}

ମାର୍ଚ୍ଚରେ ୪୦ ଡେଇଁଲାଣି ପାରଦ । ଆଗକୁ ସ୍ଥିତି ଆହୁରୀ ସଙ୍ଗୀନ ହେବ ନିଶ୍ଚୟ । ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.