ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ; ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବନି ତ୍ରାହି
12/06/2019 at 10:04 AM

ଭୁବନେଶ୍ବର ୧୨|୬: ସବୁଆଡ଼େ ଅସମ୍ଭାଳ ତାତି। ରାଜ୍ୟ ତମାମ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଓଡ଼ିଶାକୁ ସପ୍ତାହକ ଭିତରେ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମାତ୍ର ମୌସୁମୀ ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷାର ବି ଦେଖାନାହିଁ । ଜୁନ୍ ଦ୍ବିତୀୟ ସପ୍ତାହଠାରୁ ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ଲାଗିରହିଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ। ମଙ୍ଗଳବାର ୧୩ଟି ସହରର ପାରଦ ୪୦ ଡ଼େଇଁଯାଇଛି । ସମ୍ବଲପୁରରେ ସର୍ବାଧିକ ୪୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି । ୪୪ଡ଼ିଗ୍ରୀ ତାପମାତ୍ରାରେ ସିଝୁଛି ହୀରାକୁଦ, ଝାରସୁଗୁଡ଼ା ଓ ସୋନପୁର ଆଦି ସହର । ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ପାରଦ ୪୩ ଡ଼ିଗ୍ରୀ ଟପିଥିବା ବେଳେ ତାଳଚେର ତାପମାତ୍ରା ୪୨.୫ ଡ଼ିଗ୍ରୀ ରହିଛି।