Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହେବ ସାରା ରାଜ୍ୟ : ୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି

11/06/2019 at 9:56 AM

ଭୁବନେଶ୍ବର ୧୧|୬: ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି । ଯେଉଁ ସମୟରେ ପ୍ରାକ୍ ମୌସୁମୀ ବର୍ଷା ସମଗ୍ର ଓଡିଶାକୁ ଭିଜେଇ ଦେବା କଥା, ସେହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଦେଲାଣି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି, ଆଗକୁ ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହେବ ସାରା ରାଜ୍ୟ । ଟିଟିଲାଗଡ଼ ପୁଣିଥରେ ତତଲାଗଡ଼ରେ ପରିଣତ ହେବ । ତାଳଚେର, ସମ୍ବଲପୁର, ଝରସୁଗୁଡ଼ା ବି ଜଳିବ। ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ହେବ ପଶ୍ଚିମ ଓଡ଼ିଶା ।

ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍ ରହିଲେ ବି କଲବଲ କରିବ ଗୁଳୁଗୁଳି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅସହ୍ୟ ତାତି ଅନୁଭୂତ ହେବ । କେତେକ ସ୍ଥାନରେ ପାରଦ ୪୬ ଡିଗ୍ରି ଟପିଯିବା ଆଶଙ୍କା ରହିଛି ।

ଏହାସହ ୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ଏହି ୫ଟି ଜିଲ୍ଲା- ନୟାଗଡ, ଖୋର୍ଦ୍ଧା, ମାଲକାନଗିରି, ଗଞ୍ଜାମ ଓ ଗଜପତି । ସକାଳ-ସକାଳ ୭.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉତ୍ତର ଭାରତ ବି ଏବେ ଗରମରେ ଜଳୁଛି। ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁବା ସହ ରେକର୍ଡ କରିଛି। ପୂର୍ବରୁ ଜୁନ୍  ମାସରେ ଦିଲ୍ଲୀରେ ତାପମାତ୍ରା କେବେ ବି ୪୮ ଡିଗ୍ରି ଛୁଇଁ ନଥିଲା। ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ । ୨୪ଘଣ୍ଟା ଭିତରେ ଏହା ଅଧିକ ଉଗ୍ର ରୂପ ଧାରଣ କରି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ

   Related Posts