ପ୍ରଚଣ୍ଡ ରୌଦ୍ରତାପରେ ସନ୍ତୁଳିଗଲେଣି ରାଜ୍ୟବାସୀ : ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

Published By : Prameya-News7 Bureau | April 27, 2019 IST

wp:heading {"level":5}
ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ରୌଦ୍ରତାପରେ ସନ୍ତୁଳିଗଲେଣି ରାଜ୍ୟବାସୀ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୩ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
/wp:heading {"id":108131}

ଭୟଙ୍କର ଗରମ । ତା ସହ ଝାଞ୍ଜି ପବନ ଓ ଗୁଳୁଗୁଳି । ଯେମିତି ଆକାଶରୁ ନିଆଁ ବର୍ଷୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା । ପରିସ୍ଥିତି ଏମିତି ଯେ, ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ରାସ୍ତା ଘାଟ ଶୁନସାନ୍‌ ।ମୁଣ୍ଡରେ ଓଦା ଗାମୁଛା ଗୁଡାଇ ରାସ୍ତାରେ କାଁ ଭାଁ ଲୋକେ ଯା ଆସ କରୁଛନ୍ତି ।

{"id":108132}

ପଶ୍ଚିମ ଓଡିଶାରରେ ଲୁ ବୋହୁଛି । ହୁ ହୁ ହୋଇ ବଢିଚାଲିଛି ତାପମାତ୍ରା । ତତଲାଗଡ କୁହାଯାଉଥିବା ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ଭାବେ ପାରଦ ୪୪ ଡିଗ୍ରୀ ପାର କରିଛି । ସେହିଭଳି ଫୁଲବାଣୀ, ଭବାନୀପାଟଣା, ମାଲକାନାଗିରି, ସୋନପୁର, ବଲାଙ୍ଗୀର ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ହୀରାକୁଦ ଆଦି ସ୍ଥାନରେ ମଧ୍ୟ ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛନ୍ତି  ଲୋକେ।

{"id":108133}

ରାଜଧାନୀ ଭୁବନେଶ୍ବରରେ ଆଜି ମଧ୍ୟାନ୍ନରେ ତାପମାତ୍ରା ୩୮ଡିଗ୍ରୀ ଉପରେ ଥିଲା । ଆର୍ଦ୍ରତା ୫୪ପ୍ରତିଶତ ଥିବାରୁ ପ୍ରବଳ ଗରମ ହେଉଛି । ସେହିପରି କଟକ, ଅନୁଗୋଳ, ଖୋର୍ଦ୍ଧା, ଢେଙ୍କାନାଳ କେନ୍ଦୁଝର, ବାଲେଶ୍ବରରେ ବି ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଆଜି ୯ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡବର୍ଷା ସମ୍ଭାବନା ରହିଛି । ନବରଙ୍ଗପୁର, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

{"id":108134}

ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ତାତି ବଢି ଚାଲିଛି ରାଜ୍ୟରେ ଦିନ ଧରି ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି

{"id":108135}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.