Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସହ୍ୟ ତାତିରେ ସିଜୁଛି ଓଡିଶା: ଆହୁରି ଦୁଇ ଦିନ ଜାରି ରହିବ ହିଟୱେଭ, ୧୪ଟି ସହର ତାପମାତ୍ରା ୪୦ଡିଗ୍ରି ଉପରେ

29/04/2019 at 4:06 PM

ଭୁବନେଶ୍ୱର ୨୯/୪ : ଅସହ୍ୟ ତାତି । ସିଝୁଛି ଓଡିଶା । ୧୪ଟି ସହର ଜଳୁଛି ଅସହ୍ୟ ତାତିରେ । ତେବେ,ଏଭଳି ପାଗ ଲାଗି ରହିବ ଆହୁରି ଦୁଇଦିନ । ରାଜ୍ୟରେ ୧୦ଟି ସହରରେ ଏଭଳି ହିଟୱେଭ କଣ୍ଡିସନ ଆହୁରି ଦୁଇ ଦିନ ଲାଗି ରହିବ । ତେବେ ୨ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୁଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ଖରାରେ ଛଟପଟ ଲୋକେ ବାତ୍ୟା ଫନିକୁ ନେଇ ମଧ୍ୟ ସତର୍କ । କିନ୍ତୁ ଖରାରୁ ରକ୍ଷା ପାଇବା ଲାଗି ବାତ୍ୟା ନୁହେଁ ବରଂ ଦରକାର ଦି ଅସରା ଯୋର ବର୍ଷା ବୋଲି ଲୋକଙ୍କ ଇଛା ।


ପ୍ରଚଣ୍ଡ ହେଉଛି ଖରା । ବଢୁଛି ସୁର୍ଯ୍ୟ ଦେବତାଙ୍କ କୋପ । ଭିଡ ଜମୁଛି ଜଳଛତ୍ର ଗୁଡିକରେ । ଯେଉଁଠି ଗୋଟିଏ ହାଣ୍ଡି ପାଣି ଦିନକୁ ସରୁଥିଲା ସେଠି ଚାରି ହାଣ୍ଡି ପାଣି ସରୁଛି । ସେହିଭଳି ଯେଉଁଠି ଗୋଟିଏ ହଣ୍ଡା ଦହି ପାଣି ଦିନକୁ ସରୁଥିଲା ସେଠି ଏବେ ଦୁଇ ରୁ ତିନି ହାଣ୍ଡି ଦହି ପାଣି ସରୁଛି । ତେବେ ଘରୁ ବାହାରିଲେ ପାଣି ବୋତଲ ତ ସମସ୍ତେ ଆଣୁଛନ୍ତି କିନ୍ତୁ ଡହ ଡହ ଖରାରେ ପାଣି ତାତି ଗରମ । ତେଣୁ ଏହା ପିଇବା ସମ୍ଭବ ହେଉନି ଫଳରେ ରାସ୍ତା କଡରେ ଜଳଛତ୍ର ଜିବନ ଭରୁଛି ପଥ ଚାରିଙ୍କର ।


ସେପଟେ ରାଜ୍ୟରେ ଆଜି ଦିନ ୩ଟା ସୁଦ୍ଦା୧୪ଟି ସହର ତାପମାତ୍ରା ରହିଛି ୪୦ଡିଗ୍ରି ଉପରେ । ତେବେ ସର୍ବାଧିକ ତାଳଚେର ୪୬.୩ ଡିଗ୍ରି ସେଲସିୟସ ତାପମାତ୍ରା,ରହିଥିବାବେଳେ ଭୁବନେଶ୍ବର ୩୯ ଡିଗ୍ରି ରହିଛି ।ଏଥିସହ ହିଟ ‌େୱଭ କଣ୍ଡିସନ ଆହୁରି ଦୁଇ ଦିନ ଯାଏଁ ଜାରି ରହିବ । ୧୦ଟି ରୁ ଅଧିକ ସହର ଯେମିତିକି ଭଦ୍ରକ ,ଅନୁଗୁଳ, ଝାରସୁଗୁଡା, ସୋନପୁର, ସୁନ୍ଦରଗଡ, କେନ୍ଦୁଝର, କଳାହାଣ୍ଡି ବଲାଙ୍କିର, କନ୍ଦମାଳ, ବରଗଡରେ ରହିବ ହିଟ ‌େୱଭ କଣ୍ଡିସନ ଜାରି ରହିବ ବୋଲି ସୁଚନା ଦେଇଛି ବଂଚଳିକ ପାଣିପାଗ ବିଭାଗ ।

ତେବେ ଚାରି ତାରିଖ ପରେ ବାତ୍ୟା ଫନି ହିଟ ହେବାର ସମ୍ଭାବନା ରହିଛି ।କିନ୍ତୁ ୨ ତାରିଖରୁ ରାଜ୍ୟରେ ବର୍ଷା ହେବାର ସୁଚନା ଦେଇଛି ପାଣିପାଗ ବିଭାଗ । ଗୋଟେ ପଟେ ଖରା ତ ଅନ୍ୟପଟେ ବାତ୍ୟା ଫନି କୁ ନେଇ ଚର୍ଚା । ବେପାରୀ ଓ କର୍ମଚାରୀ ରୁ ସାଧାରଣ ଲୋକେ ସବୁ ଲୋକେ ଚିନ୍ତିତ । କିନ୍ତୁ ବାତ୍ୟା ନହେଉ ବରଂ ବର୍ଷା ଅସରାଏ ହେଉ ବୋଲି ଳୋକଙ୍କ ଇଛା । କିଛି ନହେଲେ ଅସରାଏ ବର୍ଷା ହେଲେ ଦିଦିନ ଥଣ୍ଡା ପଡିବ ପରିବେଷ ।


ଆଶା ଆଶଙ୍କା ଭିତରେ ସମସ୍ତେ । ଗୋଟେ ପଟେ ରୁଦ୍ରଙ୍କ ପ୍ରକୋପରେ ତାତିଲା କଡେଇ ସାଜିଛି ପରିବେଷ ।ତେଣୁ ଲୋକେ ଖୋଜିଲେଣି ବର୍ଷା

   Related Posts