Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବରରେ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ, ୨ ଅସୁସ୍ଥ, ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ଯାଉଥିଲେ ମତଦାନ କେନ୍ଦ୍ର

27/04/2019 at 9:02 PM

ବାଲେଶ୍ବର,ନିଳଗିରି ୨୭।୪: ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବାଲେଶ୍ବରର 8ଟି ନିର୍ବାଚନ ମଣ୍ଡଳିକୁ ପୁଲିଂ କର୍ମଚାରୀ ପହଞ୍ଚିଛନ୍ତି । ତେବେ ଆଜି ନିଳଗିରି ବୁଥ ନମ୍ବର ୨୮କୁ ଯାଉଥିବା ପୁଲିଂ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କର ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ବାରବାଟୀ ସ୍କୁଲ ପିଅନ ପୁର୍ଣ୍ଣଚନ୍ଦ୍ର ବସ୍ ଯୋଗେ ପୋଲିଂ ବୁଥକୁ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

 

ସେହିପରି ପ୍ରବଳ ଗରମ ହେତୁ ଜିଲ୍ଲାରେ 2ଜଣ ପୁଲିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନେ ହଲେ ଅମର୍ଦ୍ଦାର ଦେବବ୍ରତ ଗିରି ଓ ରେମୁଣା ବାଲଗୋପାଲପୁରର କନକଲତା ପତିା ଦେବବ୍ରତ ଗିରି ପ୍ରଜାଇଡ଼ିଂ ଅଫିସର ଭାବେ ଜଳେଶ୍ବରରେ ଯୋଗ ଦେବାକୁ ଯାଇଥାନ୍ତେ। ସେହିଭଳି କନକଲତା ପତି ପ୍ରଜାଇଡ଼ିଂ ଅଫିସର ଭାବରେ ବାଲେଶ୍ବରରେ ଯୋଗ ଦେଇଥାନ୍ତେ ।  ଚିକିତ୍ସାପରେ ଏବେ ସେମାନେ ସୁସ୍ଥ ଥିବା ଜଣାପଡିଛି ।  

   Related Posts