Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ୧୭ ଓ ୧୮ ତାରିଖ ପାଇଁ ହିଟ୍ ୱେଭ୍ ସତର୍କତା ଜାରି

ଭୁବନେଶ୍ବର ୧୫|୫: ବଢି ଚାଲିଛି ତାତି । ଆସନ୍ତା ୧୭ ଓ ୧୮ ତାରିଖ ପାଇଁ ହିଟ୍ ୱେଭ୍ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡା ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ପରେ ଉପକୂଳ ଓ ଆଭ୍ୟନ୍ତୀରଣ ଅଞ୍ଚଳରେ ଆରୁରି ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତାଳଚରେ ସବୁଠୁ ଅଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୪୦.୧, ଝାରସୁଗୁଡାରେ ୪୧, ସମ୍ବଲପୁରରେ ୪୦.୫,ବଲାଙ୍ଗୀରରେ ୪୦.୨, ଟିଟିଲାଗଡ଼ରେ ୪୧, ସୋନପୁରରେ ୪୧ ଡିଗ୍ରୀ ତାପମତ୍ରା ରେକର୍ଡ କରାଯାଇଛି । ଅଧିକାଂଶ ସହରରେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ଉପରେ ରହିଥିଲା ।

130 Views

   ସମ୍ବନ୍ଧିତ ଖବର