Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଗ୍ରୀଷ୍ମ ଭାଙ୍ଗିବ ସବୁ ରେକର୍ଡ, ଜାଣନ୍ତୁ ମୌସୁମୀ ନେଇ କ’ଣ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ

28/02/2020 at 3:51 PM

ନୂଆଦିଲ୍ଲୀ ୨୮।୨: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ଋତୁ ଲାଗି ଶୁକ୍ରବାର ପୂର୍ବାନୁମାନ ଜାରି କରିଛନ୍ତି। ଗ୍ରୀଷ୍ମ ଋତୁ ଲାଗି ଜାରି ହୋଇଥିବା ପୂର୍ବାନୁମାନରେ ଖାସକରି ଉତ୍ତର-ପଶ୍ଚିମ, ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଭାରତ ଲାଗି ଆଗାମୀ ଗ୍ରୀଷ୍ମ ଅସହନୀୟ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ସମୟରେ ଭାରତର ପ୍ରାୟ ଅଞ୍ଚଳରେ ସାଧାରଣରୁ ଅତ୍ୟାଧିକ ଗ୍ରୀଷ୍ମ ଅନୁଭୂତ ହୋଇପାରେ।

ଉତ୍ତର-ପଶ୍ଚିମ ରାଜ୍ୟଙ୍କ ମଧ୍ୟରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ୟୁପି ଆଦି ରାଜ୍ୟ ଆସୁଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ ମଧ୍ୟଭାରତୀୟ ରାଜ୍ୟ ହୋଇଥିବା ବେଳେ ଗୁଜୁରାଟ ଓ ମହାରାଷ୍ଟ୍ର ପଶ୍ଚିମ ପ୍ରାନ୍ତ ରାଜ୍ୟ। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଏହି ସବୁ ରାଜ୍ୟମାନଙ୍କରେ ମାର୍ଚ୍ଚରୁ ମେ ମାସରେ ସାଧାରଣରୁ ଅଧିକ ତାପପ୍ରବାହ ହୋଇପାରେ। ସେହିପରି ଭାରତର ଶୀତଳତମ ପ୍ରଦେଶମାନଙ୍କର ତାପମାତ୍ରା ଏହି ସମୟରେ ୦ରୁ ୫ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବଢିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

ଏହି ସବୁ ରାଜ୍ୟରେ ରେକର୍ଡ ଭାଙ୍ଗିବ ଗ୍ରୀଷ୍ମ
ଆଇଏମଡିଙ୍କ ଅନୁସାରେ ଉପହିମାଳୟ କ୍ଷେତ୍ର, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ହରିୟାଣା, ଚଣ୍ଡିଗଡ, ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବରାଜସ୍ଥାନ, ମଧ୍ୟପ୍ରଦେଶ( କିଛି ଅଞ୍ଚଳ), ଓଡିଶା, ପଶ୍ଚିମବଙ୍ଗ, ଗୁଜୁରାଟର ସୌରାଷ୍ଟ୍ର ଓ କଛ,କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠାବାଡ, ବିଦର୍ଭ, ଉତ୍ତର, ଆଭ୍ୟନ୍ତରିଣ ଓ ଉପକୂଳ କର୍ଣ୍ଣାଟକ ଓ କେରଳରେ ଚଳିତବର୍ଷ ଗରମ ରେକର୍ଡ ଭାଙ୍ଗିବ।

ମୌସୁମୀକୁ ନେଇ ରହିଛି ଭଲ ଖବର
ତେବେ ଆଇଏମଡିଙ୍କ ଗ୍ରୀଷ୍ମ ଆକଳନ ଅନୁସାରେ ଉତ୍ତମ ମୌସୁମୀର ସମ୍ଭାବନା ଥିବାର ପୂର୍ବାନୁମାନ କରିଛନ୍ତି। ଯାହା ଚାଷୀଙ୍କ ଲାଗି ଏକ ଭଲ ଖବର ବୋଲି କୁହାଯାଉଛି। ଚଳିତବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଇଆଇ ନିନୋ ଉପକୂଳ ମୁହାଁ ହୋଇପାରେ। ତେବେ ଆଇଏମଡି ମୌସୁମୀକୁ ନେଇ ଏପ୍ରିଲରେ ତାଙ୍କର ପ୍ରଥମ ରିପୋର୍ଟରେ ବିସ୍ତୃତ ଆକଳନ ଦେବେ ବୋଲି ଜଣାଇଛନ୍ତି।

ଆଗାମୀ ଗ୍ରୀଷ୍ମରେ ଲୋକେ ଅନ୍ୟ ବର୍ଷ ଭଳି ଜଳକଷ୍ଟରେ ଏତେ ସନ୍ତୁଳିତ ନ ହୋଇପାରନ୍ତି ବୋଲି ପାଣିପାଗ ବିଭାଗ କହିଛନ୍ତି। କାରଣ ଫେବୃଆରୀ ୨୦ ତାରିଖ ବେଳକୁ ଦେଶର ବିଭିନ୍ନ ଜଳାଶୟରେ ୧୦୧.୮୭ ବିଲିୟନ କ୍ୟୁବିକ୍  ମିଟର (ବିଏସଏମ) ଜଳ ମହଜୂଦ ଥିବାର ଆକଳନ କରିଛନ୍ତି। ଯାହା ଗ୍ରୀଷ୍ମରେ କୃଷି ଓ ପାନୀୟ ଲାଗି ପର୍ଯ୍ୟାପ୍ତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

   Related Posts