Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ମୃତ୍ୟୁର ବର୍ଷେ ପରେ ମା ଶୁଣିଲେ ଝିଅର ହୃଦସ୍ପନ୍ଦନ, କହିଲେ -ଖୁସି ଲାଗୁଛି, ଝିଅ ଜଣକର ଜୀବନ ବଞ୍ଚାଇଛି

30/03/2020 at 11:57 AM

ନ୍ୟୁୟର୍କ ୩୦/୦୩ : ଝିଅ ଆଲିଡିଆଙ୍କ ଆକସ୍ମିକ ଦେହାନ୍ତ ପରେ ତାଙ୍କ ମା ଏମି ହାମଲିନ୍ ତାଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ | ତାଙ୍କ ଝିଅର ହୃଦୟ ଆଉ ଜଣକର ଜୀବନ ବଞ୍ଚିପାରିବ ବୋଲି ସେ ଏହିଭଳି ନିଷ୍ପତ୍ତି ନେଇଥିଲେ | ଗତ ବର୍ଷ ବୃକଲିନ କନେରମ୍ୟାନଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍ ସମୟରେ ଆଲିଡିଆଙ୍କ ହୃଦୟ ବୃକଲିନଙ୍କୁ ଦିଆଯାଇଥିଲା ଯାହାଫଳରେ ତାଙ୍କୁ ନୂତନ ଜୀବନ ମିଳିଥିଲା | ୧୬ ବର୍ଷ ବୟସ୍କା ବୃକଲିନଙ୍କର ଜନ୍ମରୁ ହିଁ ବାମ ହୃଦୟରେ ହାଇପୋପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଥିଲା ଯେଉଁଥିପାଇଁ ତାଙ୍କ ହୃଦୟର ବାମ ଅଂଶ ବିକଶିତ ହୋଇନଥିଲା ଏବଂ ହୃଦୟ ପ୍ରତିରୋପଣ ଏକମାତ୍ର ଚିକିତ୍ସା ଥିଲା |

ଆଲିଡିଆଙ୍କ ମୃତ୍ୟୁର ୧୦ ଦିନ ପରେ ବୃକଲିନଙ୍କ ଅସ୍ତ୍ରୋପଚାର କରାଯାଇଥିଲା | ଡିସେମ୍ବର ମାସରେ ବୃକଲିନଙ୍କ ମା ଆଞ୍ଜେଲା ଏମି ହାମଲିନଙ୍କୁ ଖୋଜି ତାଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହି ମାସ ଆରମ୍ଭରେ ବୃକଲିନ ଏମିଙ୍କୁ ଭେଟିଥିଲେ ଏବଂ ସେ ବୃକଲିନଙ୍କ ଶରୀରରେ ତାଙ୍କ ଝିଅ ଆଲିଡିଆଙ୍କ ହୃଦସ୍ପନ୍ଦନ ଶୁଣିଥିଲେ | ବୃକଲିନଙ୍କ ମା ଆଞ୍ଜେଲା କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ବୃକଲିନଙ୍କ ଅପରେସନ୍ ପାଇଁ ହୃଦୟ ମିଳିଯାଇଛି ସେତେବେଳେ ସେମାନେ ଖୁସି ହୋଇଥିଲେ | କିନ୍ତୁ ଖୁସି ହେବା ସହ ସେ ଦୁଃଖିତ ମଧ୍ୟ ଥିଲେ ବୋଲି କହିଛନ୍ତି | କାରଣ ଗୋଟିଏ ପଟେ ତାଙ୍କ ଝିଅକୁ ଜୀବନ ମିଳିଥିବାବେଳେ ଆଉ କାହାର ଜୀବନ ଶେଷ ହୋଇଯାଇଥିଲା । ବୃକଲିନଙ୍କ ଅପରେସନ୍ ସଫଳ ହୋଇଥିଲା ଏବଂ ଏହା ପରେ ସେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ଯାହା ଦ୍ୱାରା ଏହା ସମ୍ଭବ ହୋଇପାରିଥିଲା | ଶେଷରେ ଡିସେମ୍ବର ମାସରେ ଫେସବୁକରେ ଏକ ପାଣ୍ଠି ସଂଗ୍ରହ ପୃଷ୍ଠା ମାଧ୍ୟମରେ ସେ ଏମିଙ୍କ ଠିକଣା ପାଇଥିଲେ ଏବଂ ତାଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ | ଏହି ଦୁଇ ପରିବାର ଏହି ମାସ ଆରମ୍ଭରେ ସାକ୍ଷାତ କରିଥିଲେ ଯେଉଁଥିରେ ଏମି ବୃକଲିନଙ୍କ ହୃଦସ୍ପନ୍ଦନ ଶୁଣିଥିଲେ।

ଏମି କହିଛନ୍ତି, ସେ ବୃକଲିନଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ କାରଣ ସେ ଜାଣିବାକୁ ଚାହୁଁଥିଲି ତାଙ୍କ ଝିଅର ହୃଦୟ ହେତୁ ଆଉ ଜଣଙ୍କର ଜୀବନ ବଞ୍ଚିଯାଇଛି | ବୃକଲିନ ଏମିଙ୍କୁ ଏକ ଡ୍ରମଷ୍ଟିକ ଉପହାର ଦେଇଥିଲେ ଯେଉଁଥିରେ ହୃଦସ୍ପନ୍ଦନରେ ଚିତ୍ରିତ ହୋଇଥିଲା ଯାହା ତାଙ୍କୁ ଅନେକ କଥା ମନେ ପକାଇ ଦେଇଥିଲାବୋଲି କହିଛନ୍ତି ଏମି | ଏମି କହିଛନ୍ତି ତାଙ୍କ ଝିଅ ଆଲିଡିଆ ଭଳି ବୃକଲିନ ମଧ୍ୟ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି | ସେଥିପାଇଁ ସେ ତାଙ୍କୁ କିଛି ସମୟ ପାଇଁ ଭେଟିବା ପରେ ଅନୁଭବ କରିଥିଲେ ଯେ ସେ ନିଜ ଝିଅ ଆଲିଡିଆଙ୍କୁ ଭେଟିଛି |

ସେଣ୍ଟ୍ ଲୁଇସରେ ରହୁଥିବା ଏମି କହିଛନ୍ତି ଯେ, ତାଙ୍କ ଝିଅ ଆଲିଡିଆଙ୍କ ସ୍ୱାସ୍ଥ୍ୟ ଭଲ ଥିଲା କିନ୍ତୁ କୌଣସି କାରଣବଶତଃ ସେ ମାନସିକ ଚାପରେ ଆତ୍ମହତ୍ୟା କରିଥିଲା ​​| ସେ କହିଛନ୍ତି, ସେ କେବେବି ସେହିଦିନକୁ ଭୁଲିପାରିବେ ନାହିଁ ଯେତେବେଳେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ । ସେ ଗଣିତକୁ ବହୁତ ଗମ୍ଭୀରତାର ସହ ନେଇଥିଲେ | ଗଣିତ ବୁଝିବାରେ ଆଲିଡିଆଙ୍କ କିଛି ସମସ୍ୟା ଥିଲା କିନ୍ତୁ ଏଥିପାଇଁ ସେ ସେ ନିଜ ଜୀବନ ହାରିଦେବେ ବୋଲି ସେ ଜାଣି ନ ଥିଲେ ବୋଲି ଏମି କହିଛନ୍ତି | ଆଲିଡିଆଙ୍କ ମୃତ୍ୟୁ ତାଙ୍କ ଜୀବନରର ସବୁଠାରୁ ଖରାପ ଦିନ ଥିଲା ବୋଲି ଭାବପ୍ରବଣ ହୋଇ କହିଛନ୍ତି | କିନ୍ତୁ ତଥାପି ସେ ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ | ଆଲିଡିଆଙ୍କ ହୃଦୟ ବୃକଲିନଙ୍କ ଶରୀରରେ ଲଗାଯାଇଥିଲା | ଜନ୍ମରୁ ବୃକଲିନଙ୍କର ୬ ଥର ଅପରେସନ ହୋଇସାରିଥିଲା ଏବଂ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା ବହୁତ ଆବଶ୍ୟକତା ଥିଲା ଯାହା ଆଲିଡିଆଙ୍କ ହୃଦୟ ଦ୍ୱାରା ପୂରଣ ହୋଇଥିଲା | ଶେଷରେ ଏମି କହିଛନ୍ତି ଯେ, ସେ ବହୁତ ଖୁସି ଯେ ତାଙ୍କ ଝିଅ ମରି ମଧ୍ୟ ଆଉ କାହା ଶରୀରରେ ଜୀବନ୍ତ ରହିଛି |

   Related Posts