Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କରୋନାରେ ମୃତ ପ୍ରଥମ ଆମେରିକୀୟ ରୋଗୀଙ୍କ ହୃଦୟ ଫାଟି ଯାଇଥିଲା

29/04/2020 at 4:39 PM

ଓ୍ବାଶିଂଟନ୍ ୨୯।୪: କରୋନା ଭାଇରସ୍ ଯୋଗୁଁ ଆମେରିକାରେ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୫୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏ ଭିତରେ ଜଣେ ଆମେରିକୀୟ ଫରେନସିକ୍ ପାଥୋଲୋଜିଷ୍ଟ ଦାବି କରିଛନ୍ତି ଯେ, କରୋନା ଭାଇରସ୍ ଯୋଗୁଁ ଆମେରିକାରେ ସର୍ବପ୍ରଥମେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ତାଙ୍କର ହୃଦୟ ଫାଟିଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ଜଣାପଡିଥିଲା ଯେ, ଏହା ଆମେରିକାରେ କରୋନା ଭାଇରସ୍ ଯୋଗୁଁ ହୋଇଥିବା ପ୍ରଥମ ମୃତ୍ୟୁ ।

୨୦୨୦ ମସିହା ଫେବୃଆରୀ ୬ ତାରିଖରେ ଏହା ଘଟିଥିଲା ​​। ଯେତେବେଳେ କାଲିଫର୍ଣ୍ଣିଆର ସାନ୍ ଜୋସ ଅଞ୍ଚଳରେ ରହୁଥିବା ୫୭ ବର୍ଷ ବୟସ୍କା ମହିଳା ପାଟ୍ରିସିଆ ଡୋଙ୍କର ଫ୍ଲୁ ଯୋଗୁଁ ତାଙ୍କ ଘରେ ମୃତ୍ୟୁ ଘଟିଥିଲା । କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ତାଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିଥିଲା । ଆହୁରି ମଧ୍ୟ କରୋନା ଭାଇରସ୍ ଯୋଗୁଁ ତାଙ୍କ ହୃଦୟ ଫାଟିଯାଇଥିଲା ।

ଦି ମର୍କରି ନ୍ୟୁଜ୍ ଅନୁଯାୟୀ, ଅପ୍ରେଲ ୨୫ ତାରିଖରେ ଅର୍ଥାତ୍ ଶନିବାର ଦିନ ପାଟ୍ରିସିଆଙ୍କର ପୁର୍ନବାର ପୋଷ୍ଟମର୍ଟମ କରାଯାଇଥିଲା । ଯେଉଁଥିରେ ଏହା ଜଣାପଡିଥିଲା ଯେ କରୋନା ଭାଇରସ୍ ଯୋଗୁଁ ତାଙ୍କ ହୃଦୟ ଫାଟି ଯାଇଥିଲା । ଯେତେବେଲେ କି ପାଟ୍ରିସିଆଙ୍କର ହୃଦୟଜନିତ କୌଣସି ରୋଗ ନଥିଲା ।

ପାଟ୍ରିସିଆଙ୍କ ସ୍ବାମୀ କହିଛନ୍ତି ଯେ, ତାଙ୍କ ପତ୍ନୀ ବହୁତ ସୁସ୍ଥ ଥିଲେ । ପ୍ରତିଦିନ ବ୍ୟାୟାମ ମଧ୍ୟ କରୁଥିଲେ । କୋଲେଷ୍ଟ୍ରଲ କିମ୍ବା ରକ୍ତଚାପ ମଧ୍ୟ ନଥିଲା । ଏହା ସତ୍ତ୍ବେ ସେ କିପରି ଏହି ରୋଗରେ ସଂକ୍ରମିତ ହେଲେ କିଛି ଜଣାପଡୁନାହିଁ । କିନ୍ତୁ ପ୍ରଥମେ କୁହାଯାଉଥିଲା ଯେ ହୃଦଘାତରେ ପାଟ୍ରିସିଆଙ୍କର ମୃତ୍ୟୁ ହୋଇଥିଲା ।

କିନ୍ତୁ ପୁର୍ନବାର ପୋଷ୍ଟମର୍ଟମ ପରେ ଦେଖାଗଲା ଯେ କରୋନା ଭାଇରସ୍ ଯୋଗୁଁ ପାଟ୍ରିସିଆଙ୍କ ହୃଦୟର ଭଲଭ୍ ଫାଟିଯାଇଥିଲା । ଫୋରେନସିକ୍ ପାଥୋଲୋଜିଷ୍ଟ୍ ଡକ୍ଟର ଜୁଡି ମେଲିନେକ୍ କହିଛନ୍ତି ଯେ, ପାଟ୍ରିସିଆଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏବଂ କରୋନା ଭାଇରସ୍ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି । କରୋନା ଭାଇରସ୍ ପାଟ୍ରିସିଆର ହୃଦୟର ମାଂସପେଶୀରେ ପହଞ୍ଚିଯାଇଥିଲା । ଯେଉଁଥିପାଇଁ ତାଙ୍କ ହୃଦୟର ଭଲଭ୍ ଫାଟିଯିବା ପରେ ହୃଦୟ କାମ କରିବା ବନ୍ଦ କରିଦେଇଥିଲା । ଏହି କାରଣରୁ ପାଟ୍ରିସିଆଙ୍କର ମୃତ୍ୟୁ ହୋଇଥିଲା ।

ସେ କହିଛନ୍ତି ଯେ ସାଧାରଣତଃ ଯେଉଁମାନଙ୍କର ଅଧିକ କୋଲେଷ୍ଟ୍ରଲ ଥାଏ କିମ୍ବା ରକ୍ତଚାପ ରୋଗ କିମ୍ବା ହୃଦୟ ମାଂସପେଶୀ ସହ ଜଡିତ କୌଣସି ସମସ୍ୟା ଥାଏ ସେମାନଙ୍କ ହୃଦୟ ଫାଟିଯାଇଥାଏ । କିନ୍ତୁ ପାଟ୍ରିସିଆଙ୍କର ହୃଦୟ ଭଲ ଥିଲା । ଆକାର ଏବଂ ଓଜନ ମଧ୍ୟ ବୃଦ୍ଧି ପାଇ ନଥିଲା । ପାଟ୍ରିସିଆଙ୍କର ଓଜନ ଟିକେ ଅଧିକ ଥିଲା କିନ୍ତୁ ସେ ଜଣେ ସାଧାରଣ ଏବଂ ସୁସ୍ଥ ମହିଳା ଥିଲେ । ତାଙ୍କର କୌଣସି ପ୍ରକାରର କୋଲେଷ୍ଟ୍ରଲ କିମ୍ବା ହୃଦରୋଗ ନଥିଲା ।

ବିଶ୍ବର ବିଭିନ୍ନ ସ୍ଥାନରେ ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି ଏବଂ ଜାଣିବାକୁ ପାଇଛନ୍ତି ଯେ କରୋନା ଭାଇରସ୍ କାରଣରୁ ମୃତ୍ୟୁ ହେଉଥିବା ୫ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କର ହୃଦଘାତରେ ମୃତ୍ୟୁ ହେଉଛି । କାରଣ କରୋନା ଭାଇରସ୍ ହୃଦୟ ଉପରେ ଆକ୍ରମଣ କରୁଛି ।

   Related Posts