ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘାଟିତ

Published By : Prameya-News7 Bureau | February 28, 2021 IST

ସାଲେପୁର,୨୮/୦୨: କଟକ ଜିଲ୍ଲା ସାଲେପୁର ସହରରେ ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘଟିତ। ସାଲେପୁର ଡାଇଗୋନିଷ୍ଟ ସେଣ୍ଟର ଓ ହାଇଟେକ ମେଡିକାଲ ଭୁବନେଶ୍ୱର ମିଳିତ ସହଯୋଗରେ ଏହି ପରାମର୍ଶ କେନ୍ଦ୍ର ଖୋଲା ଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହାଇଟେକ୍ ମେଡ଼ିକାଲର ନିର୍ଦ୍ଦେଶକ ଡ଼ ରାକେଶ ପାଣି ,ହାଇଟେକ୍ ମୁଖ୍ୟ କାଯ୍ୟନିର୍ବାହୀ ମାଲକିନ ବେହେରା,  ଡ଼ ସତୀଶ ଚୌଧୁରୀ, ସମାଜସେବୀ ପ୍ରଶାନ୍ତ କର, ସାଲେପୁର ଡାଇଗୋନିଷ୍ଟ ସେଣ୍ଟରର ପ୍ରତିଷ୍ଠାତା ଶିଶିର କୁମାର ପଣ୍ଡା ଆଦି ଉପସ୍ଥିତ ଥିଲେ।

ଉଦଘାଟନୀ ଉତ୍ସବରେ ମାଗଣାରେ ଗରିବ, ଅସହାୟ ଓ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟ ହାଇଟେକ ମେଡିକାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ଗ୍ରାମାଞ୍ଚଳ ଗରିବ ଅସହାୟ ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ କରାଯିବ ବୋଲି ହାଇଟେକ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.