ହୃଦୟ ବିଦାରକ : ବିସ୍କୁଟ୍ ପ୍ୟାକେଟ ପାଇଁ ଲୋକଙ୍କ ମଧ୍ୟରେ ଲାଗିଗଲା ମାରପିଟ୍

Published By : Prameya-News7 Bureau | May 15, 2020 IST

କାତିହାର ୧୫/୦୫ : ଯୁଆଡେ ଚାହିଁଲେ ବାସ କରୋନା କରୋନା କରୋନା | କରୋନା ଯୋଗୁଁ ସାରା ବିଶ୍ୱରେ ହାହାକାର ଖେଳି ଗଲାଣି | ଲୋକେ ଖାଇବାକୁ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କରୋନା ଯୋଗୁଁ ସାରା ଦେଶରେ ଲକ ଡାଉନ ଲାଗୁ କରାଯାଇଛି | ଏଭଳି ସ୍ଥିତିରେ ଗରିବ ଅଭାବୀଙ୍କ ଦୁଃଖ କହିଲେ ନ ସରେ | ଲକ ଡାଉନ ଯୋଗୁଁ ଶ୍ରମିକ, ଦିନ ମଜୁରିଆଙ୍କ ପାଖରେ କାମ ଧନ୍ଦା କିଛି ନାହିଁ | ଫଳରେ ସେମାନେ ନିଜ ନିଜ ଘରକୁ ଫେରି ଯିବାକୁ ବାଧ୍ୟ ହେଉଛନ୍ତି | ଗାଡି ମଟର ସୁବିଧା ନ ପାଇ ଅନେକ ଶ୍ରମିକ ତଥା ଅଭାବୀ ପରିବାର ଚାଲି ଚାଲି ନିଜ ଗାଁକୁ ଫେରୁଛନ୍ତି | ଇତି ମଧ୍ୟରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି |

{"id":270348,"width":576,"height":334,"sizeSlug":"large"}

କେଉଁଠି ବାପା ମା ପିଲାକୁ କାନ୍ଧରେ ବୋହି ଶହ ଶହ କିଲୋମିଟର ଚଳୁଛନ୍ତି ତ କେଉଁଠି କିଏ ସ୍ତ୍ରୀ ପିଲାଙ୍କୁ ସାଇକଲରେ ବସାଇ ଶହ ଶହ କିମି ପାରିକରି ଘର ମୁହାଁ ଅଛନ୍ତି | କିଏ ବଦଳ ନ ପାଇ ଶଗଡ଼ ଦଣ୍ଡାକୁ ନିଜେ କାନ୍ଧରେ ବୋହି ଘରକୁ ଫେରୁଛି ତ କିଏ ସୁଟକେଶ ଉପରେ ନିଜ ପିଲାକୁ ଶୁଆଇଦେଇ ଟାଣି ଟାଣି ନେଇ ଯାଉଛି | ଖଟା ତରାରେ ଶହ ଶହ କିମି ବାତ ଚାଲି ଚାଲି ଲୋକଙ୍କ ପାଦରେ ଫୋଟକା ହେଇଯାଉଛି | କେଉଁଠି ପୁଣି ଖାଇବାକୁ ନ ପାଇ ଲୋକେ ଆତ୍ମହତ୍ୟା କରିଦେଉଛନ୍ତି | ବିହାର କାଟିହାରରୁ ଏମିତି ଏକ ଦୁଖଦ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି | କାତିହାର ରେଳ ଷ୍ଟେସନରେ କିଛି ଲୋକ ସାମାନ୍ୟ ବିସ୍କୁଟ ପାଇଁ ମାଡଗୋଳ ହେଉଥିବା ଦେଖିବାକୁ ମିଳିଛି |

{"id":270341,"sizeSlug":"large"}

ଏହି ଦୁଖଦ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ନରେନ୍ଦ୍ର ନାଥ ମିଶ୍ର ଏହି ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି | କିଛି ଲୋକ କିଛି ବିସ୍କୁଟ ପାଇଁ ମାଡଗୋଳ କରୁଛନ୍ତି | ଭୋକରେ ଡହଳ ବିକଳ ହୋଇ କିଛି ଲୋକ ରାସ୍ତାରେ ପଡିଥିବା ଜିନିଷ ଗୋଟାଇ ନେଉଛନ୍ତି | ଭିଡିଓ ଜରିଆରେ ଆମେ ଦେଖିପାରିବ ଦେଶରେ ଅଭାବୀଙ୍କ ଅବସ୍ଥା ବର୍ତ୍ତମାନ କଣ | ଦେଶର ଏକ ବଡ ସଂଖ୍ୟକ ଜନତା ବର୍ତ୍ତମାନ ବଞ୍ଚିବା ପାଇଁ, ଖାଦ୍ୟ ପାଇଁ ସଂଗ୍ରାମ କରୁଛନ୍ତି |

wp:core-embed/twitter {"url":"https://twitter.com/i/status/1260833879382011906","type":"rich","providerNameSlug":"twitter","className":""}
https://twitter.com/i/status/1260833879382011906
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.