Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ହୃଦଘାତରେ ହୋଇଛି ମହିପାଲଙ୍କ ମୃତ୍ୟୁ, କରୋନା ଟିକା ପାଇଁ ନୁହେଁ : ପୋଷ୍ଟମଟର୍ମ ରିପୋର୍ଟରେ ସାମ୍ନାକୁ ଆସିଲା ସତ

18/01/2021 at 10:23 AM

ଲକ୍ଷ୍ନୌ,୧୮/୦୧: ଉତ୍ତର ପ୍ରଦେଶର ମୁରାଦାବାଦରେ କରୋନା ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଟିକା ନେବାରୁ ସେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ଜଣେ ଓ୍ୱାର୍ଡବୟ ମହିପାଲ । ତେବେ ତାଙ୍କର ମୃତ୍ୟୁ ହୃଦଘାତ ପାଇଁ ହୋଇଛି । ଡାକ୍ତରଙ୍କ ୩ ଜଣିଆ କମିଟି ମୃତଦେହ ପୋଷ୍ଟମଟର୍ମ କରିବା ପରେ ଏହା ସାମ୍ନାକୁ ଆସିଛି ।

ଜିଲ୍ଲା ହସ୍ପିଟାଲର ଓ୍ୱାର୍ଡବୟ ମହିପାଲଙ୍କୁ ଜାନୁଆରୀ ୧୬ ତାରିଖରେ କୋଭିସିଲ୍ଡ ଟିକା ଦିଆଯାଇଥିଲା । କିନ୍ତୁ ସେ ୧୭ ତାରିଖରେ ହଠାତ ପ୍ରାଣତ୍ୟାଗ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଟିକା ନେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ମୃତ୍ୟୁବରଣ କରିଥିଲେ ।

ମହିପାଲଙ୍କ ପୁଅ କହିଛନ୍ତି ଯେ, ଯାହା ବି ହୋଇଛି ଭାକସିନ୍ ପାଇଁ । ଯେଉଁମାନେ ଟିକା ଲଗାଇଛନ୍ତି ସେମାନେ ଏଥିପାଇଁ ଦାୟୀ । ତାଙ୍କର ଆଉ ଜଣେ ସମ୍ପର୍କୀୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ, ମହିପାଲଙ୍କ ଅବସ୍ଥା ପୂର୍ବରୁ ଏପରି ନଥିଲା । ଭାକସିନ୍ ଲଗାଇବା ପୂର୍ବରୁ କୌଣସି ମେଡିକାଲ ପରୀକ୍ଷା କରାଯାଇ ନଥିଲା ।

ସୂଚନାଯୋଗ୍ୟ, ମୁରାଦାବାଦର ଜନପଦରେ ୬ଟି ଟିକାକରଣ କେନ୍ଦ୍ର କରାଯାଇଚି । କରୋନା ଟିକାକରଣ ଆରମ୍ଭ ଦିନ ଏଠାରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଲଗାଯାଇଥିଲା । ଭାକସିନ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଏପରି ଥିଲେ ଯେଉଁମାନେ ପୂର୍ବରୁ କୋଭିଡ୍ ସଂକ୍ରମିତ ହୋଇଥିଲେ ।  

   Related Posts