ପିଲାଙ୍କ କାନ୍ଦଣାରୁ ଜଣା ପଡିବ ସେମାନଙ୍କର ରୋଗ ଓ ସ୍ବାସ୍ଥ୍ୟାବସ୍ଥା – ଏହି ଯନ୍ତ୍ର ଉଦ୍ଭାବନ କଲେ ବୈଜ୍ଞାନିକ

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ୧୭/୧୧: ଛୋଟ ପିଲାଙ୍କ କାନ୍ଦଣାର ଶୁଣି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜଣାପଡ଼ିବ। ବୈଜ୍ଞାନିକମାନେ ଏଭଳି ଏକ ଯନ୍ତ୍ର ବାହାର ବାହାର କରିଛନ୍ତି ଯେଉଁଥିରେ ଆର୍ଟିଫିସିଆଲି ଇଣ୍ଟେଲିଜେନ୍ସ ରହିଛି। ଏଥିରେ ଶିଶୁର କାନ୍ଦଣାର ଶବ୍ଦ ସେମାନଙ୍କର କ’ଣ ହୋଇଛି ସହଜରେ ଅନୁମାନ କରି ହେବ। ଆମେରିକାର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରିକାଲ ଆଣ୍ଡ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ ଓ ଚୀନର ଅଟୋମେସନ ସଂଘ ମିଶି ଏଭଳି ଯନ୍ତ୍ର ବାହାର କରିଛନ୍ତି।

ଗବେଷକଙ୍କ କହିବା ଅନୁସାରେ ସବୁ ଶିଶୁଙ୍କ କାନ୍ଦଣା ଅଲଗା ଅଲଗା ପ୍ରକାର ହୋଇଥାଏ। କିନ୍ତୁ ସେମାନଙ୍କ କାନ୍ଦିବାର କାରଣ ସମାନ ହୋଇଥାଏ। ବୈଜ୍ଞାନିକମାନେ  ଏଲଗୋରିଥିମ (Algorithm) ଆଧାରରେ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଶିଶୁଙ୍କ କାନ୍ଦିବାର କାରଣ ଖୋଜି ବାହାର କରି ପାରିବ । ଏହି ଯନ୍ତ୍ରଟି ଲାଙ୍ଗୁଏଜ ରେକଗ୍‌ନାଇଜେସନ ଏଲଗୋରିଥିମ ଭଳି କାମ କରିଥାଏ। ଏହି ଯନ୍ତ୍ରଟି ହୋହାଲ୍ଲା ସ୍ଥାନରେ ବି ପିଲାଙ୍କ କାନ୍ଦିବା ଶବ୍ଦକୁ ଚିହ୍ନଟ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇ ପାରିବ।

ପ୍ରଥମେ ଏଲଗୋରିଥିମ ଶିଶୁଙ୍କ କାନ୍ଦିବା ଶବ୍ଦର ସିଗ୍ନାଲ ବୁଝିଥାଏ। ପୁଣି ପ୍ରୋଗ୍ରାମିଂରେ ସିଗ୍ନାଲ ସହ ଶିଶୁଙ୍କ ଶବ୍ଦକୁ ମିଶାଇବା ପରେ ଶିଶୁଟି କାହିଁକି କାନ୍ଦୁଛି ତାହାର କାରଣ ମିଳିଥାଏ। ଗବେଷକଙ୍କ କହିବା ଅନୁସାରେ ଜରୁରିକାଳୀନ ପରିସ୍ଥିତିରେ ଏହି ମେସିନ ବହୁତ ଫାଇଦା ଦେଇଥାଏ।

ଗବେଷକ ଲିଧୁଆନ ଲିୟୁଙ୍କ କହିବା ଅନୁସାରେ କାନ୍ଦିବା ଏକ ପ୍ରକାର ଭାଷା। ଯେଉଁଥିରେ ସ୍ବାସ୍ଥ୍ୟ ପ୍ରତି ବହୁ ଧ୍ବଂନି ଲୁଚି ରହିଛି। ଏହି ଯନ୍ତ୍ରକୁ ହସ୍ପିଟାଲରେ ମଧ୍ୟ ବ୍ୟବହାର କରି ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ମିଳି ପାରିବ ବୋଲି ଆମେରିକାର ଗବେଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.