ଘୁଞ୍ଚିଲା ପଟିଆଲ କୋର୍ଟର ଶୁଣାଣି, ୨୦ ଦିନ ମିଲିଲା ସମୟ

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ୧୮/୧୨: ଘୁଞ୍ଚିଲା ପଟିଆଲ କୋର୍ଟର ଶୁଣାଣି। ଦୋଷୀଙ୍କ ବିରୋଧରେ ଜାନୁଆରୀ ମାସ ୭ ତାରିଖରେ କୋର୍ଟ ଶୁଣାଣି କରିବେ। ସେଥିପାଇଁ କୋର୍ଟ ୨୦ ଦିନ ସମୟ ନେଇଛନ୍ତି। ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ସିଂହର ଆବେଦନ ଖାରଜ ହୋଇଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂହ କରିଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଆର୍‌. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ପରେ ଅକ୍ଷୟ ସିଂହଙ୍କ ଆବେଦନଙ୍କ ଅଗ୍ରାହ୍ୟ କରିଦେଇଛନ୍ତି । ସେପଟେ ଏବେ ନିର୍ଭୟା ଗଣଦୁଷ୍କର୍ମ  ଘଟଣାର ଅନ୍ୟ ଏକ ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆରମ୍ଭ ହୋଇସାରିଛି ।

 ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ଆବେଦନ ହୋଇଥିଲା । ପୂର୍ବ ଶୁଣାଣିରେ ପଟିଆଲା କୋର୍ଟ କହିଥିଲେ କି ସୁପ୍ରିମକୋର୍ଟରେ ଜଣେ ଦୋଷୀଙ୍କ ସମୀକ୍ଷା ଆବେଦନ ବିଚାରାଧୀନ ରହିଛି। ତେଣୁ  ସୁପ୍ରିମକୋର୍ଟଙ୍କ ରାୟ ପରେ ଶୁଣାଣି କରାଯିବ ବୋଲି କୋର୍ଟ କହିଥିଲେ । ଆଜି ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ସିଂହର ପୁନର୍ବିଚାର ଆବେଦନ ଖାରଜ ହେବାପରେ ଦିଲ୍ଲୀ ପଟିଆଲା ହାଇସ କୋର୍ଟରେ ଶୁଣାଣି ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.