ଆସନ୍ତା ମଙ୍ଗଳବାର ନିର୍ଭୟା ଦୋଷୀଙ୍କ ଫଇସଲା କରିବେ ସୁପ୍ରିମକୋର୍ଟ...

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ୭/୨: ୧୧କୁ ଘୁଞ୍ଚିଲା ବହୁ ଚର୍ଚ୍ଚିତ ନିର୍ଭୟା ଶୁଣାଣି । କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି ଆସନ୍ତା ମଙ୍ଗଳବାରକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ୩୧ ଜାନୁଆରିରେ ପଟିୟାଲା ହାଉସ କୋର୍ଟ ନିର୍ଭୟା ଦୋଷୀଙ୍କ ଫାଶୀକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ଅନୁମତି ଦେବାକୁ ଆବେଦନରେ ଦର୍ଶାଇଥିଲେ କେନ୍ଦ୍ର ସରକାର ।  ଏହାକୁ କିନ୍ତୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ ।  ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କର ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି ।

କେବଳ ପବନ ଗୁପ୍ତାର କ୍ୟୁରୋଟିଭ୍  ପିଟିସନ ଓ ରାଷ୍ଟ୍ରପତିଙ୍କ ଦୟା ଯାଚିକା ବାକି ରହିଛି । ସେପଟେ ଦୋଷୀଙ୍କୁ ଫାଶୀ ଦେବା ଲାଗି ନୂଆ ଡେଥ ୱାରେଣ୍ଟ ଜାରି କରିବା ଲାଗି ପଟିୟାଲା ହାଉସ କୋର୍ଟରେ ଆବେଦନ ଦାଖଲ କରିଥିଲେ ତିହାର କର୍ତ୍ତୃପକ୍ଷ । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ। କହିଥିଲେ, ଯେହେତୁ ୭ ଦିନ ଭିତରେ ଆଇନଗତ ବିକଳ୍ପ ସାରିବା ଲାଗି ହାଇକୋର୍ଟ ଦୋଷୀଙ୍କୁ ନିର୍ଦ୍ଦେଶ ସାରିଛନ୍ତି, ତେଣୁ ଡେଥ ୱାରେଣ୍ଟ ଜାର କରାଯାଇପାରିବ ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.