Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଢିଲା ମହାରଥୀଙ୍କ ଅଡୁଆ, ଆସନ୍ତା ୨୭କୁ ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ଭୁବନେଶ୍ବର ୨୪|୪: ପ୍ରଦୀପ ମହାରଥୀ ଜାମିନ୍ ଆବେଦନର ଶୁଣାଣି ୨୭ତାରିଖକୁ ଘୁଞ୍ଚିଛି । ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆଜି ପିପିଲି ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀ ପ ମହାରଥୀଙ୍କ ଜାମିନ୍ ଆବେଦନକର ଶୁଣାଣି ଥିଲା । ତେବେ ତଦନ୍ତକାରୀ ଅଧିକାରୀ କେସ୍ ଡାଏରୀ ଦାଖଲ କରିନପାରିବା ଯୋଗୁଁ ଶୁଣାଣିକୁ ଅଦାଲତ ୨୭ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

ମତଦାନରେ ବ୍ୟସ୍ତ ଥିବାରୁ ମହାରଥୀଙ୍କ ବିରୋଧରେ କେସ୍‌ ଡାଏରୀ ପ୍ରସ୍ତୁତ ହୋଇପାରିନଥିବା ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ଜଣାଇବା ସହ ସମୟ ମାଗିଥିଲେ ।  ଫଳରେ ସ୍ବତନ୍ତ୍ର କୋର୍ଟ ୨୭ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଅନ୍ୟୁନ ୨୭ତାରିଖ ପର୍ଯ୍ୟନ୍ତ ମହାରଥୀ ବିଚାରବିଭାଗୀୟ ହେପାଜତରେ ରହିବେ । ଅବଶ୍ୟ ଅସୁସ୍ଥତା ଦର୍ଶାଇ ମହାରଥୀ ଏବେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୧ତାରିଖ ତାରିଖ ରାତିରେ ମହାରଥୀଙ୍କ ଫାର୍ମ ହାଉସ୍ ଉପରେ ଫାଇଂ ସ୍କ୍ବାର୍ଢ କରିଥିଲା । ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ୍ ରବିନ୍ଦ୍ର ନାରାୟଣ ପାତ୍ରଙ୍କ ନେତୃତ୍ବରେ ଚଢାଉ କରିଥିବା ଫ୍ଲାଇଂ ସ୍କ୍ବାର୍ଡ ଉପରେ ମହାରଥୀଙ୍କ ପ୍ରରୋଚନାରେ ତାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣରେ ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ୍ ରବିନ୍ଦ୍ର ନାରାୟଣ ପାତ୍ର ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ୍ ରବିନ୍ଦ୍ର ନାରାୟଣ ପାତ୍ରଙ୍କ ଅଭିଯୋଗ ଆଧାରରେ ୨୨ତାରିଖ ଦିନ ପିପିଲି ପୋଲିସ ମହାରଥୀଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଓ ଜାମିନ ବିହୀନ ଦଫା ପୋଲିସ ଲଗାଇଥିଲା । ତେବେ ସେହି ଦିନ ଅଦାଲତରେ ହାଜର ବେଳେ ମହାରଥୀ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

484 Views

   ସମ୍ବନ୍ଧିତ ଖବର