Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲା, ଆଜି ଟ୍ରିବ୍ୟୁନାଲରେ ଶୁଣାଣି

3/10/2020 at 8:03 AM

ଭୁବନେଶ୍ୱର ୦୩।୧୦: ଜଟିଳ ହେଉଛି ତିନି ଜଳ ବିବାଦ ମାମଲା । ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ଆଜି । ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ପ୍ରକଳ୍ପ ମାମଲା, ମହାନଦୀ ଜଳବିବାଦ ମାମଲା ଓ ବଂଶଧାରା ଜଳବିବାଦ ମାମଲାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିପାରିନାହିଁ । ପୋଲାଭରମ୍ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହେବ ।

ସେହିପରି ବଂଶଧାରା ଜଳବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲ ବିଚାରାଧୀନ ରହିଛି। ଚଳିତ ମାସ ୬ ତାରିଖରେ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଛନ୍ତି । ଆଜି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହନଦୀ ଜଳବିବାଦ ସମାଧାନ ପାଇଁ ଗଠନ କରାଯାଇଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରିବେ। ଟ୍ରିବ୍ୟୁନାଲ ଗଠନ ହେବା ପରଠାରୁ ୧୫ଟି ଶୁଣାଣି ଶେଷ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ଅନ୍ତରୀଣ ଆଦେଶ ଶୁଣାଇନାହାନ୍ତି।

ମୂଳ ଆବେଦନର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିସାରିଛନ୍ତି। ଅଥଚ ଓଡ଼ିଶାର ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ଦୀର୍ଘଦିନରୁ ରାୟ ସଂରକ୍ଷିତ ରଖିଛନ୍ତି। ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରୁ ଆପୋସ ସମାଧାନ ପାଇଁ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ। ଦୁଇ ରାଜ୍ୟ ମଧ୍ୟରେ ଗତମାସରେ ବି ବୈଠକ ବସିବାର ଥିଲା। ମାତ୍ର, କରୋନା ଯୋଗୁ ତାହା ସମ୍ଭବପର ହୋଇନାହିଁ। ପୁଣିଥରେ ବୈଠକ ପାଇଁ ଆଜିର ଶୁଣାଣି ସମୟରେ ଦୁଇ ରାଜ୍ୟମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବାର ସମ୍ଭାବନା ରହିଛି। ମୂଳ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ଆଜି ତାରିଖ ଧାର୍ଯ୍ୟ କରିବାର ସମ୍ଭାବନା ରହିଛି ।

   Related Posts