ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟରେ ଆସନ୍ତାକାଲି ଯାଏଁ ଶୁଣାଣି ସ୍ଥଗିତ

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫।୭: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାକୁ ବର୍ଷେ ପୁରିଛି । ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥିଗିତ ରଖିଛନ୍ତି କୋର୍ଟ । ଆବେଦନକାରୀଙ୍କୁ ଓଡିଶା ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି କରାଯିବ ।

ସୁପ୍ରିମକୋର୍ଟର ୪ ନମ୍ବର କୋର୍ଟରେ ଆଇଟମ୍ ନମ୍ବର ୧୫ରେ ଏହି ମାମଲା ଶୁଣାଣି ହୋଇଛି । ଜଷ୍ଟିସ୍ ଏ.ଏମ୍. ଖାଓ୍ବାଲିକର ଓ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇଛି । ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ସ୍ବତନ୍ତ୍ର ତଦନ୍ତ କରିବା ଏବଂ ଓଡିଶା ନିଖୋଜ ଶିଶୁମାନଙ୍କର ତଦନ୍ତ ସିବିଆଇ ଦ୍ଵାରା କରାଯାଉ ବୋଲି ନୟାଗଡ ନାବାଳିକାଙ୍କ ମା’ ସୌଦାମିନୀ ସାହୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.