Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା : ଆଜି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ମାମଲାର ଶୁଣାଣି, କଡ଼ା ସୁରକ୍ଷାରେ ଆହ୍ଲାବାଦ ଅଭିମୁଖେ ପରିବାର

12/10/2020 at 9:27 AM

ଲକ୍ଷ୍ନୌ ୧୨।୧୦: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା । ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହାଥରାସ୍ ମାମଲାର ଶୁଣାଣି ହେବ। ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରିବ ୟୁପି ପୋଲିସ ।  ଏଥିପାଇଁ ପରିବାରର ପାଞ୍ଚଜଣ ସଦସ୍ୟ ଏବଂ କିଛି ସମ୍ପର୍କୀୟ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି । ସମସ୍ତଙ୍କୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷାରେ ନିଆଯାଉଛି । ସ୍ଥାନୀୟ ଏସଡିଏମ୍‌ ଅଧିକାରୀ ମଧ୍ୟ ରହିଛନ୍ତି ।

ସେପଟେ ମାମଲାର ସିବିଆଇ ଛାନଭିନ ଚଳାଇଛି । ଘଟଣାର ତଦନ୍ତଭାର ନେବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରଛି ସିବିଆଇ । ସିବିଆଇ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । କେବଳ ଗଣଦୁଷ୍କର୍ମ ନୁହେଁ ଅପରାଧିକ ଷଡ଼ଯନ୍ତ୍ର, ହିଂସାତ୍ମକ କାଣ୍ଡ, ରାଜନୈତିକ ଉଦ୍ଦେଶ୍ୟ ନେଇ ମଧ୍ୟ ତଦନ୍ତ କରିବ ସିବିଆଇ । ଗତ ସେପ୍ଟେମ୍ବର ୧୪ରେ ହାଥରସରେ ଜଣେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।

ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଆଖି ବୁଜି ଥିଲେ ପୀଡିତା । ଘଟଣାରେ ପ୍ରଥମେ ହାଥରାସ ପୋଲିସ, ପରେ ଏସଆଇଟି ଏବଂ ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ  କରିଛି । ତେବେ ପରିବାର ପ୍ରତି ବିପଦ ଥିବା ଉତ୍ତରପ୍ରଦେଶ ପୋଲିସକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ପରିବାର ସୁରକ୍ଷାରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।

   Related Posts