ଖିଲାପି ଖଣି ମାଲିକଙ୍କୁ ଝଟକା ; ଖଣି ମାଲିକଙ୍କ ସଂପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | July 28, 2018 IST

ଖଣି ମାଲିକଙ୍କ ସମ୍ପତି ବାଜ୍ୟାପ୍ତ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦୁଝର , ନିର୍ଦ୍ଧାରିତ ସମୟ ମଧ୍ୟରେ ଜୋରିମାନା ଭରି ନଥିବା ଖଣି ମାଲିକଙ୍କ ସମ୍ପତି ବାଜ୍ୟାପ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ଏନେଇ ଜିଲ୍ଲାପାଳଙ୍କ କୋର୍ଟରେ ଏକ ସାର୍ଟିଫିକେଟ କେଶର ଶୁଣାଣି ହୋଇଛି। ଆଜି ୯ ଜଣ ଖଣି ମାଲିକ ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏହି ୯ ଜଣ ଖଣି ହେଲେ ସାରଦା ମାଇନ୍ସ, ଗଂଧମାରଦାନ ମାଇନ୍ସ, ନାରାୟଣୀ ମାଇନ୍ସ, ବିକେ ମହାନ୍ତି ମାଇନ୍ସ, ମାଳାରାୟ ମାଇନ୍ସ, ବିପିଏମ ମାଇନ୍ସ, ଏସଡି ଶର୍ମା ମାଇନ୍ସ, ଏଚଜି ପାଣ୍ଡ୍ୟା ମାଇନ୍ସ, ଏବଂ ବାସୁଦେବ ଅଗ୍ରୱାଲ। ଓଡିଶା ପବ୍ଲିକ ଡ଼ିମାଣ୍ଡ ରିକୋବୋରି (ଓପିଡ଼ିଆର) ଆକ୍ଟ ଅନୁଯାୟୀ ଏହି ସବୁ ମାଇନ୍ସକୁ ପୂର୍ବରୁ ନୋଟିସ ହୋଇଥିଲା । ଆଜି ଏହି ସବୁ ମାଇନ୍ସ ର ପ୍ରତିନିଧି ଯୋଗ ଦେବୀ ପରବର୍ତୀ ସମୟ ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.