Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର ସଂପର୍କରେ ଆରମ୍ଭ ହେଲା ଶୁଣାଣି

6/04/2019 at 10:59 AM

ସମ୍ବଲପୁର ୬|୪ : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ବିଜେପି ସାଂସଦ ପ୍ରାର୍ଥୀ ନୀତିଶ ଗଙ୍ଗଦେବ କରିଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ଶୁଣାଣିରେ ଉଭୟ ନଳୀନି ପ୍ରଧାନ ଏବଂ ନୀତିଶ ଗଙ୍ଗଦେବ ଉପସ୍ଥିତ ରହିବା ସହ ସେମାନଙ୍କ ଓକିଲ ମଧ୍ୟ ଉପସ୍ଥିତ ଅଛନ୍ତି । ନଳୀନ ପ୍ରଧାନ ନିର୍ବାଚନ ଲଢିବା ପାଇଁ ପୂର୍ତ୍ତ ସଚିବ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ ଆହୁରି ଦୁଇଟି ସରକାରୀ ସଂସ୍ଥାରେ ସଂପୃକ୍ତ ଅଛନ୍ତି । ତେଣୁ ଅଫିସ ଅଫ୍ ପ୍ରଫିଟ୍ ୧୯୬୧ ଆଇନ ଅନୁଯାୟୀ ତାଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ବିଜେପି ପ୍ରାର୍ଥୀ ଗତକାଲି ଆବେଦନ କରିଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଚାଲିଥିବା ଶୁଣାଣିବେଳେ ନଳିନୀ କହିଛନ୍ତି ଯେ, ସେ ଏହି ଦୁଇ ସଂସ୍ଥାରୁ ମଧ୍ୟ ଦୀର୍ଘଦିନ ହେଲା ଇସ୍ତଫା ଦେଇସାରିଛନ୍ତି । ତେବେ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି । ଅପରପକ୍ଷରେ ବିଜେପି ପ୍ରାର୍ଥୀଙ୍କ ଓକିଲ ଯୁକ୍ତି କରିଛନ୍ତି ଯେ, ସରକାର ବିଜ୍ଞପ୍ତି ପ୍ରକାଶ କରିନଥିବା ଅର୍ଥ ହେଉଛି ନଳିନୀଙ୍କ ଇସ୍ତଫା ଗୃହୀତ ହୋଇନାହିଁ । ତେଣୁ ଅଫିସ୍ ଅଫ୍ ପ୍ରଫିଟ୍ ଆଇନରେ ତାଙ୍କ ପ୍ରାର୍ଥୀ ପତ୍ର ନାକଚ ହେବା ବିଧେୟ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ପୂର୍ବତନ ମେୟର ତଥା ବିଡିଏର ଅଧ୍ୟକ୍ଷ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଉଠିଛି । ସେ ମଧ୍ୟ ବିଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦେଇ ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବିଜେପି ଅଭିଯୋଗ କରି ତାଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ଦାବି କରିଛି । ଅନନ୍ତଙ୍କ ପ୍ରାର୍ଥୀ ପତ୍ର ସଂପର୍କରେ ମଧ୍ୟ ଆଜି ଶୁଣାଣି ହେବ । ତେବେ ଅନନ୍ତ କହିଛନ୍ତି ଯେ, ଗତ ଦୁଇ ତାରିଖରୁ ସେ ବିଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି ।  

   Related Posts