Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ମିକ୍ସ ଭେଜ୍ ପରଠା, ରହିଛି ଅନେକ ପୋଷକ ତତ୍ତ୍ୱ: ସହଜରେ ଘରେ ପ୍ରସ୍ତୁତ କରିପାରିବେ

25/02/2021 at 7:19 PM

ଭୁବନେଶ୍ୱର ୨୫/୦୨ : ଯଦି ଆପଣ ନର୍ଥ ଇଣ୍ଡିଆନ କିମ୍ବା ଉତ୍ତର ଭାରତରେ ବାଢ଼ିଛନ୍ତି ତାହେଲେ ନିଶ୍ଚୟ ଜାଣିଥିବେ ନର୍ଥ ଇଣ୍ଡିଆନ ଖାଇବାର ପରଠାର ଏକ ପ୍ରମୁଖ ସ୍ଥାନ ରହିଛି। ଏଠାରେ ଲୋକେ ପ୍ରତିଦିନ ପରଠା ଖାଇବାକୁ ପସନ୍ଦ କରନ୍ତି। କେବଳ ଅପରାହ୍ନ ଭୋଜନରେ ନୁହେଁ ବରଂ ସକାଳେ ଓ ରାତିରେ ମଧ୍ୟ ପରଠା ଖାଇବାକୁ ପସନ୍ଦ କରନ୍ତି। ତେବେ ପରଠାରେ ଏମିତି କଣ ବିଶେଷତ୍ୱ ଅଛି ଯାହା ତାକୁ ଏତେ ଲୋକପ୍ରିୟ କରିଛି। ପରଠା ଖୁବ ଶୀଘ୍ର ପ୍ରସ୍ତୁତ କରାଯାଇପାରେ। ଆଉ ଏକ କାରଣ ହେଲା ପରଠା ବିଭିନ୍ନ ପ୍ରକାର ତିଆରି କରାଯାଇପାରେ। ପରଠା ଭିତରେ ଆପଣ ଯାହା ବି ପୁରାଇ ପ୍ରସ୍ତୁତ କରିପାରିବେ। ଏହା ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ।

ପରଠା ଆପଣ ଭେଜରେ ଏବଂ ନନ-ଭେଜରେ ମଧ୍ୟ ପ୍ରସ୍ତୁତ କରିପାରିବେ। ପରଠା ସାଧାରଣତଃ ରୁଟିଠୁ ମୋଟା ହୋଇଥାଏ ଏବଂ ଏଥିରେ ଘିଅ, ବଟର ଆଦି ଦିଆଯାଇଥାଏ ଯେଉଁଥିପାଇଁ ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ପରଠା ଭିତରେ, ପିଆଜ, ଆଳୁ, ମୂଳ, କୋବି, ଗାଜର, ବିଭିନ୍ନ ପ୍ରକାର ଶାଗ, ଅଣ୍ଡା, ପନିର, କିମା, ଚକଲେଟ ଆଦି ପୁରାଇ ପ୍ରସ୍ତୁତ କରିପାରିବେ।

ଏହି ସ୍ୱାଦିଷ୍ଟ ପରଠା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ତେବେ ଏହି ସ୍ୱାଦିଷ୍ଟ ପରଠାକୁ ଆହୁରି ସ୍ୱାସ୍ଥ୍ୟକର କରିବାକୁ ଏକ ସରଳ ଉପାୟ ଅଛି। ସେ ହେଉଛି ମିକ୍ସ ଭେଜ ପରଠା। ଏଥିରେ ଆଳୁ, କୋବି, ଗାଜର, ପିଆଜ, ପନିର, ମଟର ସବୁ ପକାଇ ଆପଣ ପ୍ରସ୍ତୁତ କରିପାରିବେ। ଏହି ପରଠାରେ ଅନେକ ପୋଷାକ ତତ୍ତ୍ୱ ରହିଛି।

ଗାଜରରେ ରହିଛି ଭିଟାମିନ-ଏ, ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ-ସି। ମଟରରେ ରହିଛି ମିଠା ଅଂଶ ଏବଂ ଏହାକୁ ପରଠାକୁ କ୍ରିସପି କରିଥାଏ। ମଟରରେ ଫାଇବର ଓ ଆଇରନ ବି ରହିଛି। ଏହି ଦୁଇଟି ଶରୀରକୁ ପୋଷାକ ତତ୍ତ୍ୱ ଯୋଗାଇଥାନ୍ତି।

ଏହି ପରଠାରେ ପ୍ରୋଟିନରେ ଭରପୁର କୋବି ଓ ପନିର ବି ରହିଛି ଯାହା ପରଠାକୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଏହି ସବୁ ପରିବାକୁ ଟିକ୍ ଟିକ୍ କରି କାଟି ମସଲା ସହ ଭାଜି ପରଠା ଭିତରେ ପୁରାଇ ପ୍ରସ୍ତୁତ କରିପାରିବେ। ଏହା ବହୁତ ସରଳ ଏବଂ ସ୍ୱାଦିଷ୍ଟ ମଧ୍ୟ। ଦହି କିମ୍ବା ଆଚାର ସହ ଆପଣ ମିକ୍ସ ଭେଜ ପରଠାର ମଜା ନେଇପାରିବେ।

   Related Posts