Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୋଭିଡ ଭାକ୍ସିନ ନେବା ପରେ ମହିଳା ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ବନ୍ଧକ କଲେ ଗ୍ରାମବାସୀ, ଜାଣନ୍ତୁ କେଉଁଠି ?

13/09/2021 at 3:39 PM

ଛିନ୍ଦୱାଡା ୧୩।୯: ମଧ୍ୟପ୍ରଦେଶ ଛିନ୍ଦୱାଡାରେ ଜନୈକା ମହିଳା କୋଭିଡ ଟିକା ନେବା ପରେ ଅସୁସ୍ଥ ହୋଇପଡିବାରୁ ଗ୍ରାବାସୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବନ୍ଧକ କରିଛନ୍ତି। ଏହି ଘଟଣା ଛିନ୍ଦୱାଡା ଜିଲ୍ଲା ଚିଟ୍ଟି ବୁଢେନା ଗାଁରେ ଘଟିଛି। ରବିବାର ଗାଁରେ କୋଭିଡ ଟିକାକରଣ ହୋଇଥିଲା। ଏଥିରେ ୫୫ ଜଣ ଟିକା ନେଇଥିଲେ। ତେବେ ଜନୈକା ମହିଳା ଅସୁସ୍ଥ ହୋଇପଡିବାରୁ ରାତିରେ ତାଙ୍କୁ ଚିକିତ୍ସା କରିବା ଲାଗି ସ୍ୱାସ୍ଥ୍ୟ କର୍ମୀ ସିଏଚଓ ଏବଂ ଏଏନଏମ  ଗାଁକୁ ଆସିଥିଲେ।    

ସ୍ୱାସ୍ଥ୍ୟକର୍ମୀମାନେ ମହିଳାଙ୍କ ରକ୍ତଚାପ ଯାଞ୍ଚ କରିବାପରେ  ତାଙ୍କୁ କିଛି ଔଷଧ ଦେଇଥିଲେ ଓ ଏହା ଖାଇବା ପରେ ସେ ସୁସ୍ଥ ହୋଇଯିବ କହି ଯିବାକୁ ବାହାରିବାରୁ ଗ୍ରାମବାସୀ ସେମାନଙ୍କୁ ଯିବାକୁ ଦେଇ ନଥିଲେ। ମହିଳା ସୁସ୍ଥ ନ ହେବା ପର୍ଯ୍ୟନ୍ତ ସେମାନେ ଗାଁରୁ ଯାଇପାରିବେନି ବୋଲି ଗ୍ରାମବାସୀ କହିଥିଲେ। ଏହାକୁ ନେଇ ଗ୍ରାମବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା କାଳ ଉଚ୍ଚବାଚ ହୋଇଥିଲା। ପରେ ସ୍ୱାସ୍ଥ୍ୟକର୍ମୀମାନେ ଆମ୍ବୁଲାନ୍ସ ଡକାଇ ମହିଳାଙ୍କୁ ହର୍ରଇ ସିଏଚସିକୁ ରେଫର କରିଥିଲେ। ଏହା ସତ୍ତ୍ୱେ ଗ୍ରାମବାସୀ ସେମାନଙ୍କୁ ନ ଛାଡିବାରୁ ୧୦୦କୁ ଡାୟଲ କରାଯାଇଥିଲା।

ପୋଲିସ ଗାଁକୁ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ୱାସ୍ଥ୍ୟକର୍ମୀମାନେ ମୁକୁଳିକି ଯାଇଛନ୍ତି। ଗାଁରେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଟିକାକରଣ ଚାଲିଥିଲା। ତେବେ ମହିଳା ଅସୁସ୍ଥ ହେବାରୁ ଗ୍ରାମବାସୀ ଟିକା ନେବା ଯୋଗୁ ହୋଇଥିବା ସନ୍ଦେହ କରିଥିଲେ। ମହିଳା ଅସୁସ୍ଥ ହେବା ନେଇ ସୂଚନା ମିଳିବା ମାତ୍ରେ ଗାଁକୁ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଯାଇଥିଲା ବୋଲି ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଜି.ସି.ଚୌରାସିଆ କହିଛନ୍ତି। ମହିଳାଙ୍କୁ ଡାୟରିୟା ହୋଇଥିଲା। ଏହା ହୁଏତ ଫୁଡ ପଏଜନିଂ ଲାଗି ମଧ୍ୟ ହୋଇପାରେ। ତେବେ ଗ୍ରାମବାସୀ ଏହା ଟିକା ରିଆକ୍ସନ ଭାବିନେଇଥିବା ସେ କହିଛନ୍ତି। ମହିଳା ଏବେ ଚିକିତ୍ସାଧୀନ ଥିବା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡା.ଚୌରାସିଆ କହିଛନ୍ତି।

   Related Posts