Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

କାହାକୁ ଦିଆଯିବ କରୋନା ଭ୍ୟାକସିନ୍‌ର ପ୍ରଥମ ଡୋଜ୍ ? ସରକାର ନେବେ ଅନ୍ତିମ ନିଷ୍ପତ୍ତି, ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିପାରେ ପ୍ରାଥମିକତା

31/07/2020 at 12:28 PM

ନୂଆଦିଲ୍ଲୀ ୩୧/୦୭ : କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଅନେକ ଭ୍ୟାକସିନ କମ୍ପାନୀର କାମ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ରହିଛି | ଯଦି ସବୁ କିଛି ଠିକ ରହେ ତାହେଲେ ଅଗଷ୍ଟ ମାସ ଶେଷ ଆଡକୁ ଭ୍ୟାକସିନ ଉପଲବ୍ଧ ହୋଇଯିବ ବୋଲି ଦାବି କରାଯାଉଛି | ଭ୍ୟାକସିନର ପ୍ରଥମ ଡୋଜ କାହାକୁ ଦିଆଯିବ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି | ସରକାରୀ ସ୍ଥରରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହେଉଛି | କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଇସାରାରେ ଏକ ସଂକେତ ଦେଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କଥା ଉପରେ ଯଦି ଗୁରୁତ୍ୱ ଦିଆଯାଏ ତାହେଲେ କରୋନା ଭ୍ୟାକସିନର ପ୍ରଥମ ଡୋଜ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିପାରେ |

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ସରକାରୀ ସ୍ଥର ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ସହମତି ମିଳିଥିବା ଦେଖିବାକୁ ମିଳିଛି | ଏଥିରୁ ସ୍ପଷ୍ଟ ହୋଇଛି  ଯେ ଦେଶ ଅଗଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କୁ ମହତ୍ୱ ଦେଉଛି | ଏହାଦ୍ୱାରା ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ମଧ୍ୟ ଦୂର କରାଯାଇପାରିବ |

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ବର୍ତ୍ତମାନ କୌଣସି ତାଲିକା ପ୍ରସ୍ତୁତ କରାଯାଇନାହିଁ କିନ୍ତୁ ଯଦି ତାଲିକା ପ୍ରସ୍ତୁତ କରାଯାଏ ତାହେଲେ ପ୍ରଥମ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ସ୍ଥାନରେ ବୟସ୍କ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଲୋକଙ୍କୁ ଭ୍ୟାକସିନ ଦିଆଯାଇପାରେ | ଭ୍ୟାକସିନ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ନଜର ରଖିଛନ୍ତି | ସଂଗଠନର ରିଜନାଲ ନିର୍ଦେଶକ ଡ.ପୁନମ କ୍ଷେତ୍ରପାଳ ସିଂହଙ୍କ ଅନୁଯାୟୀ, ଯେତେବେଳେ ଭ୍ୟାକସିନ ପ୍ରସ୍ତୁତ ହୋଇଯିବ ସେତେବେଳେ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଯାଏଁ ପହଞ୍ଚାଯିବ | ଭ୍ୟାକସିନର ପ୍ରାଥମିକ ଡୋଜ ସମସ୍ତ ଦେଶକୁ ପହଞ୍ଚାଯିବ ଯେପରିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ |

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ସରକାରଙ୍କ ତରଫରୁ ବର୍ତ୍ତମାନ କୌଣସି ତାଲିକା ପ୍ରସ୍ତୁତ କରାଯାଇନାହିଁ | କିନ୍ତୁ ଯାହାକୁ ଆବଶ୍ୟକ ସେମାନଙ୍କୁ ପ୍ରଥମେ ଭ୍ୟାକସିନ ଦିଆଯିବ | ଯେଉଁସବୁ ଅଞ୍ଚଳରେ କରୋନା ବିପଦ ଅଧିକ ରହିଛି ଓ ସଂକ୍ରମଣ ମାମଲା ଅଧିକ ରହିଛି ସେହି ସବୁ ଅଞ୍ଚଳକୁ ପ୍ରଥମେ ଭ୍ୟାକସିନ ପହଞ୍ଚାଯିବ |

   Related Posts