ବାଟ ଓଗାଳି ପାରିଲା ନାହିଁ ଉଛୁଳା ନଦୀ, ଟିକାକରଣ ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ସାହସକୁ ଦେଖନ୍ତୁ

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୭: ଦେଶରେ କରୋନା ମହାମାରୀକୁ ହରାଇବା ପାଇଁ ବିଶ୍ବର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି। କିଛି ରାଜ୍ୟରେ ଘର ଘର ଯାଇ ଲୋକମାନଙ୍କୁ କରୋନା ଟିକା ଦିଆଯାଉଛି। ବିଷମ ପରିସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ ନିଜର କର୍ତ୍ତବ୍ୟ କରୁଛନ୍ତି। ସ୍ବାସ୍ଥ୍ୟ କର୍ମୀ କରୋନା ବିରୋଧୀ ଲଢ଼େଇରେ କିପରି କାର୍ଯ୍ୟ କରୁଛନ୍ତି ତାହାର ଏକ ଭିଡିଓ ସାମ୍ନାକୁ ଆସିଛି।

ଯାହାକି ଜାମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ବର୍ଷା ସମୟରେ କେହି  ନଦୀ ପାର କରୁଛନ୍ତି। ଏମାନେ ପର୍ଯ୍ୟଟକ ନୁହଁନ୍ତି ବରଂ ସ୍ବାସ୍ଥ୍ୟ କର୍ମୀ ଯେଉଁମାନେ ଉଛୁଳା ନଦୀକୁ ପାର କରି ଟିକା ଲଗାଇବାକୁ ଯାଉଛନ୍ତି । ଭିଡିଓରେ କିଛି ମହିଳା କର୍ମୀ ମଧ୍ୟ ଦେଖିବାକୁ ମିଳୁଛନ୍ତି।

wp:embed {"url":"https://twitter.com/ANI/status/1413906427987447813","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1413906427987447813
/wp:embed

ନଦୀ ଅତିକ୍ରମ କରିବା ପାଇଁ ପୁରଷ କର୍ମୀଙ୍କ ହାତ ଧରି ଯାଉଛନ୍ତି। ଏ ଭିଡିଓ ରାଜୌରୀ ଜିଲ୍ଲାର ତ୍ରାଲା ଗାଁର। ଭିଡିଓଟିକୁ ତ୍ରାଲା ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରଭାରୀ ଡାକ୍ତର ଇରମ ୟାସୀନ ଏଏନଆଇୁ ପଠାଇଛନ୍ତି। ସେପଟେ ଜାମ୍ମୁକାଶ୍ମୀରରେ ଶୁକ୍ରବାର ୨୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ି ୪,୩୫୪ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.