ରାତି ପାହିଲେ ଦେଶବ୍ୟାପୀ ଟିକାକରଣ, ରାଜ୍ୟରେ ୧୬୧ଟି କେନ୍ଦ୍ରରେ ଟିକା ନେବେ ସ୍ଵାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା

Published By : Prameya-News7 Bureau | January 15, 2021 IST

ଭୁବନେଶ୍ଵର ୧୫।୦୧: କରୋନା ଟିକାକରଣ କାଉଣ୍ଟଡାଉନ ଆରମ୍ଭ। ରାତି ପାହିଲେ ଦେଶବ୍ୟାପୀ ଟିକାକରଣ। କୋଭିଡ୍-୧୯ ବିରୋଧରେ ବିଶ୍ଵର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡ଼ିଶା। ଟିକାକରଣ ନେଇ ଗାଇଡଲାଇନ୍ ଜାରି ହୋଇଛି। ସାରା ରାଜ୍ୟରେ ୧୬୧ ଟି ଟିକାକରଣ କେନ୍ଦ୍ର କରାଯାଇଛି। ଟିକାକରଣ ସଂପର୍କରେ କାଲି ଦିନ ୧୨ଟାରେ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ । ଟିକାକରଣ ବାବଦରେ ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିବେ ।

ସରିଲା ପ୍ରତିକ୍ଷା , ଦିଆଯିବ ସଞ୍ଜିବନୀ । କୋଭିଡ୍ ଯୁଦ୍ଧରେ ପ୍ରୟୋଗ ହେବ ବ୍ରହ୍ମାସ୍ତ୍ର। ରାତି ପାଇଲେ ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଟିକାକରଣ। ଏହି ଶୁଭ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ସାଢେ ୧୦ଟାରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେଶର ୩ ହଜାର ୬ଟି କେନ୍ଦ୍ରରେ କୋଭିଡ୍ ଟିକା ଦିଆଯିବ। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବ। ଟିକାକରଣ କାର୍ଯ୍ୟକ୍ରମକୁ କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଞ୍ଚାଳିତ କରାଯିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ଟ ଡୋଜ୍ ମଧ୍ୟ ପହଞ୍ଚିସାରିଛି। ଟିକାକରଣ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ପରିଚାଲନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟକର୍ମୀ ଓ ୨ କୋଟି ଫ୍ରଣ୍ଟଲାଇନ୍ କୋଭିଡ ୱାରିଅରଙ୍କୁ କରୋନା ଭ୍ୟାକସିନ୍ ଦିଆଯିବ । ଏହା ପୂର୍ବରୁ କେମିତି ଟିକା ଦିଆଯିବ ସେନେଇ ଦେଶରେ ୩ଟି ପର୍ଯାୟରେ ଡ୍ରାଏ ରନ ସରିଛି ।

{"id":392911,"sizeSlug":"large","linkDestination":"none"}

ଅନ୍ୟପଟେ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡ଼ିଶା। ଟିକାକରଣ ସଂପର୍କରେ କାଲି ଦିନ ୧୨ଟାରେ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ । ଟିକାକରଣ ବାବଦରେ ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିବେ । ଟିକାକରଣ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟକୁ କୋଭିସିଲ୍ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଥିବା ବେଳେ ୨୦ ହଜାର କୋଭାକ୍ସିନର ଡୋଜ୍ ଆସିଛି । ସାରା ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ର କରାଯାଇଛି।

୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ନେଇ ପାରିବେ ନାହିଁ । ଏଥି ସହିତ କୋଭିଡ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ। ସମସ୍ତଙ୍କ ବାହୁରେ କରୋନା ଟିକା ଦିଆଯିବ। ରାଜଧାନୀ ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଦିଆଯିବ ଟିକା । ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ ସାମିଲ କରାଯାଇ ଟୀକାକେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ମୋଟ ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି। ସେଥିମଧ୍ୟରୁ ୯ ହଜାର ଲୋକଙ୍କୁ ଟିକାଦାନ କରାଯିବ। ପୁଣି ୨୮ ଦିନ ପରେ ସେମାନଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। କରୋନା ଟିକା ଆସିବା ପରେ ସାଧାରଣ ଲୋକେ ଆଶ୍ବସ୍ତ ହୋଇଛନ୍ତି । ଟିକା ନେବା ଇଚ୍ଛାଧୀନ ହୋଇଥିଲେ ମଧ୍ୟ ଭୟଭୀତ ନ ହୋଇ ଟିକା ନେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.