Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

କୋଭିଡ୍ ଯାଞ୍ଚ ରିପୋର୍ଟ ଆଣିବାକୁ ଯାଇଥିଲେ ମହିଳା, ହାତ ବାନ୍ଧି ଦୁଷ୍କର୍ମ କଲେ ସ୍ଵାସ୍ଥ୍ୟ ନୀରିକ୍ଷକ

7/09/2020 at 7:53 PM

ତିରୁଅନନ୍ତପୁରମ ୦୭।୦୯: କେରଳରେ ପୃଥକବାସରେ ରହୁଥିବା ଜଣେ ମହିଳା ସ୍ଵାସ୍ଥ୍ୟ ନୀରିକ୍କଷକଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ପୋଲିସ କହିଛି ଅଭିଯୁକ୍ତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ କନିଷ୍ଠ ସ୍ଵାସ୍ଥ୍ୟ ନୀରିକ୍ଷକ। ସୋମବାର ଅଭିଯୁକ୍ତକୁ ଗିରଫ କରାଯାଇଛି। ସ୍ଵାସ୍ଥ୍ୟକର୍ମୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଆଧାରରେ ମାମଲା ରୁଜୁ କରାଯାଇଛି।

ପଙ୍ଗୋଡେ ଥାନାର ପୋଲିସ ଅଧିକାରୀଙ୍କ ଅନୁଯାୟୀ ମଲ୍ଲାପୁରମରେ ହୋମ ନର୍ସ ଭାବେ କାମ କରୁଥିବା ୪୪ ବର୍ଷୀୟ ମହିଳା ନିକଟରେ କୁଲାଥୁରୁଝା ସ୍ଥିତ ନିଜ ଘରକୁ ଫେରିଥିଲେ। ସ୍ଵାସ୍ଥ୍ୟ ନୀରିକ୍ଷକ ତାଙ୍କୁ ପୃଥକବାସରେ ରହିବାକୁ କହିଥିଲେ। ମହିଳାଙ୍କ ଆଣ୍ଟିଜେନ୍ ପରୀକ୍ଷଣ ମଧ୍ୟ ହୋଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା। ନୀରିକ୍ଷକ ମହିଳାଙ୍କୁ ଯାଞ୍ଚ ପତ୍ର ନିଜର ଫ୍ଲାଟକୁ ଆସି ନେଇ ଯିବାକୁ କହିଥିଲେ।

ମହିଳା ଅଭିଯୋଗ କରିଛନ୍ତି ସେ ସେପ୍ଟେମ୍ବର ୩ରେ ଅଭିଯୁକ୍ତଙ୍କ ଘରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ତାଙ୍କୁ ରଶିରେ ବାନ୍ଧି ଦୁଷ୍କର୍ମ କରିଥିଲା ଏବଂ ପରବର୍ତ୍ତୀ ଦିନ ହିଁ ଛାଡି ଥିଲା। ଏହା ମଧ୍ୟରେ ମହିଳା ଆୟୋଗ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରି ସ୍ଵାସ୍ଥ୍ୟ ନୀରିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସ୍ଵାସ୍ଥ୍ୟ ସଚିବଙ୍କଠାରେ ଦାବି କରାଯାଇଛି।

ଘଟଣାକୁ ଦୃଢ ଶବ୍ଦରେ ନିନ୍ଦା କରି ବିଧାନସଭାରେ ବିରୋଧୀ ଦଳ ନେତା ଚେନ୍ନିଥଲା କହିଛନ୍ତି ଦୁଷ୍କର୍ମର ଦୁଇଟି ଘଟଣାରେ ରାଜ୍ୟକୁ ଲଜ୍ଜିତ ହେବାକୁ ପଡିଛି।

ଏହି ମାମଲା ସାମ୍ନାକୁ ଆସିବାର ଗୋଟିଏ ଦିନ ପୂର୍ବରୁ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଆମ୍ବୁଲାନ୍ସ ଚାଳକ ଦୁଷ୍କର୍ମ କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଥିଲା। ପୀଡିତାଙ୍କୁ ଶନିବାର ରାତିରେ ପତ୍ତନମଥିଟ୍ଟା ଜିଲ୍ଲାର ପଣ୍ଡାଲମ କୋଭିଡ୍ କେନ୍ଦ୍ରକୁ ଅଣାଯାଉଥିଲା। ସେହି ସମୟରେ ଚାଳକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।

   Related Posts