ଡ୍ୟୁଟି ସାରି ଫେରୁଥିବା ବେଳେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ, ଏକ ତରଫା ପ୍ରେମକୁ ନେଇ ଏପରି ହୋଇଥିବା ସନ୍ଦେହ

Published By : Prameya-News7 Bureau | December 02, 2021 IST

କନ୍ଧମାଳ, ୦୨/୧୨: କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆର ଗାୟତ୍ରୀ ମନ୍ଦିର ନିକଟରୁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି l ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଗୁରୁବାର ଡ୍ୟୁଟି ସାରି ଫିରିଙ୍ଗିଆ ମେଡିକାଲରୁ ଘରକୁ ଫେରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଏକ କାରରେ ଅପହରଣ କରିନେଇଥିବା କୁହାଯାଉଛି l

ଏ ନେଇ ଫିରିଙ୍ଗିଆ ଥାନାରେ ମାମଲା ଦାଏର ହୋଇଛି l ଫିରିଙ୍ଗିଆ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର  ତଦନ୍ତ ଆରମ୍ଭ କରିଛି l ଏକ ତରଫା ପ୍ରେମରୁ ଏହି ଅପହରଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି l ଏଯାଏଁ ଅପହୃତା ସ୍ୱାସ୍ଥ୍ୟକର୍ମୀଙ୍କ କୌଣସି ପତ୍ତା ମିଳିନଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.