ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19/01/2021 at 1:57 PM

ପାରାଦୀପ୧୯/୧: ଭିଜିଲାନ୍ସ ଜାଲରେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା। ଗିରଫ ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି। ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ମିଳିଥିବା ସୂଚନା ମୁତାବକ, ସରୋଜିନୀ କିଷାନଙ୍କ ବାପା-ମାଆଙ୍କ ମୃତ୍ୟୁ ପ୍ରମାଣପତ୍ର କରି ଦେବା ଲାଗି ସେ ଲାଞ୍ଚ ମାଗିଥିଲେ। ବର୍ତ୍ତମାନ ଅଭିଯୁକ୍ତ ଭରତକୁ ଅଟକ ରଖି ତଦନ୍ତ ଜାରି ରଖିଛି ଭିଜିଲାନ୍ସ।