ଦୁଷ୍କର୍ମ ପୀଡ଼ିତା ୧୩ ବର୍ଷୀୟା ନାବାଳିକାଙ୍କୁ ଗର୍ଭପାତ ଔଷଧ ଖୁଆଇଲା ସ୍ବାସ୍ଥ୍ୟକର୍ମୀ, ୪ ଗିରଫ

Published By : Prameya-News7 Bureau | June 28, 2021 IST

ଲକ୍ଷ୍ନୌ ୨୮/୬: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ଔଷଧ ଖୁଆଇଲେ ସ୍ବାସ୍ଥ୍ୟ କର୍ମୀ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲାରେ ଛାନଭିନ୍‌ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଥମେ ନାବାଳିକାଙ୍କୁ ୪ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତା ଗର୍ଭବତୀ ହୋଇଯିବାରୁ ସ୍ବାସ୍ଥ୍ୟ କର୍ମୀଙ୍କୁ ହାତ କରି ତାଙ୍କୁ ଗର୍ଭପାତ ଔଷଧ ଖାଇବାକୁ ଦେଇଥିଲେ ଅଭିଯୁକ୍ତ । ଏହି ମାମଲାରେ ତଦନ୍ତ କରିବା ସହ ୧୩ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଏବଂ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପୋଲିସ ଗିରଫ କରିଛି।

ତେବେ ଘଟଣା ସମ୍ପର୍କରେ ଗତ ଶୁକ୍ରବାର ଜଣାପଡ଼ିଥିଲା । ଉତ୍ତରପ୍ରଦେଶର ମାହୋବା ଅଞ୍ଚଳର ଜଣେ ୧୩ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ହୋଇଥିଲେ।  ମାମଲାକୁ ଲୁଚାଇବାକୁ ଯାଇ ଅଭିଯୁକ୍ତଙ୍କ କଥାରେ ପଡ଼ି ଜଣେ ଆଶା କର୍ମୀ ତାଙ୍କୁ ଗର୍ଭପାତ ଟାବଲେଟ ଦେଇଥିବା ଜଣାପଡ଼ିଥିଲା । ଏନେଇ ଖୋଦ ପୀଡ଼ିତା ଅଭିଯୋଗ କରିଥିଲେ ।

ଅଭିଯୁକ୍ତଙ୍କ ସହ ମିଶି ମାମଲାକୁ ଚାପି ଦେବା ପାଇଁ ଆଶା କର୍ମୀ ଚେଷ୍ଟା କରିଥିବା ପୋଲିସକୁ କହିଥିଲେ ପୀଡ଼ିତା ।  ରବିବାର ଏନେଇ ମାମଲା ରୁଜୁ କରିବା ପରେ ଆଶା କର୍ମୀଙ୍କ ସହ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏବେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି ବୋଲି ଷ୍ଟେସନ ହାଉସ୍‌ ଅଫିସର କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.