୫୦୦ରୁ ଅଧିକ କରୋନା ଭାକସିନ୍ ଡୋଜ୍‌କୁ ନଷ୍ଟ କରିଦେଲେ ସ୍ୱାସ୍ଥ୍ୟକର୍ମୀ, କହିଲେ- 'ଏହା ଡିଏନଏକୁ ବଦଳାଇ ଦିଏ'

Published By : Prameya-News7 Bureau | January 06, 2021 IST

ଓ୍ୱାଶିଂଟନ,୦୬/୦୧: ଆମେରିକାର ଏକ ହସ୍ପିଟାଲରେ କାମ କରୁଥିବା ଜଣେ ସ୍ୱାସ୍ଥ୍ୟକର୍ମୀ ୫୦୦ରୁ ଅଧିକ କରୋନା ଭାକସିନକୁ ନଷ୍ଟ କରି ଦେଇଛନ୍ତି । ଏହି ଭାକସିନ୍ ମାନବସମାଜ ପାଇଁ କ୍ଷତିକାରକ ବୋଲି ତାଙ୍କୁ ଲାଗୁଥିଲା । ଲୋକଙ୍କର ଡିଏନଏରେ ପରିବର୍ତ୍ତନ ହୋଇଯିବ ବୋଲି ସେ ଭାବୁଥିଲେ । ତେଣୁ ସେ ଏପରି କରିଛନ୍ତି । ଏହି ଘଟଣା ପରେ ୪୬ ବର୍ଷୀୟ ଷ୍ଟିଭେନ୍ ବ୍ରାଣ୍ଡବର୍ଗଙ୍କୁ ଗିରଫ କରାଯାଇଛି ।

ବ୍ରାଣ୍ଡବର୍ଗ ଭିସ୍କୋନାସିନର ଆରୋରା ହସ୍ପିଟାଲରେ କାମ କରୁଥିଲେ । ଏଠାରେ ସେ ମୋଡେର୍ଣ୍ଣା ଭାକସିନକୁ ଫ୍ରିଜରୁ ବାହାର କରି ସାରା ରାତି ସେମିତି ଛାଡି ଦେଇଥିଲେ । ଫଳରେ ଭାକସିନଗୁଡିକ ନଷ୍ଟ ହୋଇଯାଇଛି । ସେ ଜାଣିଶୁଣି ଏପରି କରିଥିବା ମାନିଛନ୍ତି । ଏହି ଘଟଣା ପରେ ତାଙ୍କୁ ଚାକିରୀରୁ ବାହାର କରାଯିବା ସହ ଗିରଫ ମଧ୍ୟ କରାଯାଇଛି ।

{"id":387624,"sizeSlug":"large","linkDestination":"none"}

ଏନେଇ ସେ ତଦନ୍ତ ଅଧିକାରୀଙ୍କୁ କହିଛନ୍ତି ଯେ, କରୋନା ଭାକସିନ୍ ସୁରକ୍ଷିତ ନୁହେଁ ବୋଲି ତାଙ୍କୁ ଲାଗୁଛି । ଏହାଦ୍ୱାରା ମନୁଷ୍ୟର ଡିଏନଏ ପରିବର୍ତ୍ତନ ହୋଇଯାଏ । ତେଣୁ ସେ ଭାକସିନକୁ ନଷ୍ଟ କରିଦେଇଥିଲେ ।

ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ, ବ୍ରାଣ୍ଡବର୍ଗ ୫୦୦ରୁ ଅଧିକ ଭାକସିନକୁ ନଷ୍ଟ କରିଛନ୍ତି । ଏହାକୁ ଫିଙ୍ଗିବାକୁ ପଡିଛି । ଏହାଦ୍ୱାରା ପ୍ରାୟ ୮ ଲକ୍ଷଟଙ୍କା କ୍ଷତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.