ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ; ସ୍ବାସ୍ଥ୍ୟକର୍ମୀଙ୍କ ଛୁରାମାଡରେ କିରାଣୀ ଗୁରୁତର

Published By : Prameya-News7 Bureau | March 07, 2019 IST

କୋଣାର୍କ ୭|୩ : କୋଣାର୍କ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ଜଣ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଛୁରା ମାଡ଼ ହୋଇଛି । ଛୁରା ମାଡରେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ ରବୀନ୍ଦ୍ର ଭୋଇ ଗୁରୁତର ହୋଇଛନ୍ତି ।

{"id":91341}

ସୂଚନା ଅନୁସାରେ ବାଙ୍ଗୁରିଗାଁ ମେଡିକାଲରେ ଚାକିରୀ କରିଥିବା ସ୍ବାସ୍ଥ୍ୟକର୍ମୀ ପ୍ରମୋଦ କାଣ୍ଡି ଏବଂ କିରାଣୀ ରବୀନ୍ଦ୍ର ଭୋଇଙ୍କ ମଧ୍ୟରେ ଅଫିସ କାର୍ଯ୍ୟକୁ ନେଇ ପାଟିତୁଣ୍ଡ ହୋଇଥିଲା । ଫଳରେ ସ୍ବାସ୍ଥ୍ୟକର୍ମୀ ପ୍ରମୋଦ କାଣ୍ଡି ରାଗିଯାଇ ଧାରୁଆ ଛୁରୀରେ କିରାଣୀ ରବୀନ୍ଦ୍ର ଭୋଇଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ରବୀନ୍ଦ୍ରଙ୍କ ବାମ ହାତର ଆଙ୍ଗୁଳି କଟିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଭିଯୁକ୍ତ ପ୍ରମୋଦ କାଣ୍ଡି ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.