Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଆଜି ରାଜ୍ୟରେ ୭କରୋନା ଆକ୍ରାନ୍ତ ଚିହ୍ନଟ, ଆସିଲା ସମସ୍ତ ସଂକ୍ରମିତଙ୍କ ତଥ୍ୟ

28/04/2020 at 9:42 AM

ଭୁବନେଶ୍ୱର ୨୮।୦୪: ଆଜି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୧ରୁ ୧୧୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ଭଦ୍ରକ ଓ ରାଉରକେଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ତିନିଜଣ ଭଦ୍ରକ ଜିଲ୍ଲାର ଏବଂ ଅନ୍ୟ ଚାରି ଜଣ ରାଉରକେଲାର ନାଲା ରୋଡ୍ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ – ୪୫ , ୨୮ ଓ ୨୯ବର୍ଷ ଏବଂ ସମସ୍ତେ ପୁରୁଷ । ସେହିପରି ରାଉରକଲା ନାଲାରୋଡ୍‌ରୁ ଚିହ୍ନଟ ଚାରି ଜଣ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ-୫୫ ବର୍ଷୀୟ ମହିଳା, ୩୫ବର୍ଷୀୟା ମହିଳା, ୩୮ବର୍ଷୀୟ ପୁରୁଷ ଓ ୨୭ବର୍ଷୀୟ ପୁରୁଷ ରହିଛନ୍ତି । ଭଦ୍ରକରୁ ଚିହ୍ନଟ ହୋଇଥିବା ସଂକ୍ରମିତ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି ।

   Related Posts