ନୂଆଦିଲ୍ଲୀ ୧୧।୦୫: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଦିଲ୍ଲୀ AIIMS ପକ୍ଷରୁ ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍ରେ ଏହି ସୂଚନା ଦିଆଯାଇଛି । ବୁଲେଟିନ୍ରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅଶାନ୍ତତା ଅଭିଯୋଗ କରିବା ପରେ ତାଙ୍କୁ AIIMS କୁ ଅଣାଯାଇଥିଲା। ଏବ ତାଙ୍କର ଜ୍ୱର ରହିଛି। ଜ୍ୱରର ଅନ୍ୟାନ୍ୟ କାରଣ ଜାଣିବା ପାଇଁ ତାଙ୍କୁ ପରୀକ୍ଷା କରାଯାଉଛି ଏବଂ ଆବଶ୍ୟକ ଅନୁଯାୟୀ ଯତ୍ନ ନିଆଯାଉଛି | ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି |
ସୂଚନାଯୋଗ୍ୟ ଯେ, ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ AIIMS ରେ ଭର୍ତ୍ତି କରାଯାଇଛି। ମନମୋହନ ସିଂଙ୍କୁ AIIMS ରେ କାର୍ଡିଓ ଥୋରାସିକ୍ ୱାର୍ଡରେ ରଖାଯାଇଛି | ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ଥିବା ଖବର ପାଇବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଖୁବଶୀଘ୍ର ଆରୋଗ୍ୟ ହେବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।