ସାବଧାନ ! ଅଧିକ ଅଣ୍ଡା ଖାଉଛନ୍ତି କି ? ହୋଇପାରେ ଡାଇବେଟିସ୍
21/12/2020 at 6:32 PM

ଭୁବନେଶ୍ବର ୨୧/୧୨ : ଅଣ୍ଡା ସ୍ବାସ୍ଥ୍ୟ ପକ୍ଷେ ବେସ୍ ହୀତକର ସେଥିପାଇଁ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ଅଣ୍ଡାକୁ ଖୁବ କମ ସମୟ ମଧ୍ୟରେ ରନ୍ଧା ଯାଇପାରୁଥିବାରୁ ଏହାର ଚାହିଦା ମଧ୍ୟ ଆକାଶ ଛୁଆଁ । ଏଥିରେ ପ୍ରୋଟିନ୍, ମିନେରାଲ୍ସ୍, ଭିଟାମିନ୍ ଭଳି ପୋଷକ ଭରପୁର ଥାଏ ।
ଆପଣ ଜାଣନ୍ତି କି ଜରୁରୀ ଠାରୁ ଅଧିକ ଅଣ୍ଡା ଖାଇବା ମଧ୍ୟ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ । ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିସତ ବଢିପାରେ । ଏହା ବ୍ରିଟିଶ୍ ଜର୍ନାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶ ପାଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ ।

ବିଶ୍ବରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । WHOର ତଥ୍ୟ ଅନୁଯାୟୀ ବିଶ୍ବରେ ପ୍ରାୟ ୬ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଏବଂ ଏହି ସଂଖ୍ୟା ଦିନକୁ ଦିନ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପାନୀୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ । ଡାଇବେଟିସ୍ରୁ ଆଶଙ୍କାରୁ ବର୍ତ୍ତିବା ପାଇଁ ସବୁଜ ପନିପରିବା ଖାଇବା ଆବଶ୍ୟକ । ଯେପରିକି ଶାଗ, ବ୍ରୋକଲୀ, ଗାଜର, ମେଥୀ, ବନ୍ଧା କୋବି, ଟମାଟର, ସବୁଜ ବିନ୍ସ୍ ଆଦି ଖାଇବା ଆବଶ୍ୟକ ।
(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)