ଆମ ଦେଶରେ ବଢିନି ସଂକ୍ରମଣ, କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | November 12, 2021 IST

ଭୁବନେଶ୍ବର ୧୨।୧୧: କରୋନା ସଂକ୍ରମଣ ପ୍ରସଙ୍ଗରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ଯେହେତୁ ସଂକ୍ରମଣ ବଢିନି ଆମକୁ ସତର୍କ ରହିବାକୁ ପଡିବ । ଯେଉଁ ଅଲଗା ଜାଗାରେ ସଂକ୍ରମଣ ହେଉଥିଲା ତାର ୩-୪ମାସ ପରେ ଆମ ଦେଶରେ ହୋଇଥିଲା ତେଣୁ ଏହି ସମୟ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ରାଜ୍ୟରେ ସ୍ଥିତି ଭଲ ଅଛି ।

ଜୁଲାଇ ମାସରୁ ଯେଉଁ ପ୍ଲାଟୋ ଷ୍ଟେଜରେ ରହିଆସିଛି ତାହା ଏବେ କମୁଛି । କିନ୍ତୁ କମ୍ ରେଟରେ କମୁଛି । ଆମେ କେବଳ ପଜିଟିଭ୍ ରୋଗୀ ଦେଖିବାନି କେତେ ସିରିୟସ ରୋଗୀଙ୍କୁ ଦେଖିକି ସ୍ଥିତି ତର୍ଜମା କରିବା । ସବୁ ଇମ୍ୟୁନାଇଜେସନର ପ୍ରାୟ ବୁଷ୍ଟର ଦେବାର ଦରକାର ଥାଏ । ଅନ୍ୟ ଯେଉଁ ବୁଷ୍ଟର ଦିଆଯାଉଛି ତାହା ବହୁ ପରୀକ୍ଷିତ ।

ଯେହେତୁ କୋଭିଡ୍ ଗୋଟେ ନୂଆ ଜିନିଷ ତେଣୁ ବର୍ତ୍ତମାନ ବୁଷ୍ଟର ଉପରେ ତର୍ଜମା ଚାଲିଛି ଗବେଷଣା ଚାଲିଛି । ତେଣୁ ଇଣ୍ଟରନ୍ୟାସନାଲ ବଡି କହିବ ଓ WHO ବଡି କହିବ । ବୁଷ୍ଟର ଦେବା ବାବଦରେ ଟେକ୍ନିକାଲ ବଡି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.