Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ନାହିଁ ନାହିଁରେ ଚାଲିଛି ସରକାରୀ ସ୍ବାସ୍ଥ୍ୟ ସେବା : କେଉଁଠି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ତ ଆଉ କେଉଁଠି ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ

7/06/2019 at 5:23 PM

କଳାହାଣ୍ଡି ୭/୬: କଳାହାଣ୍ଡିରୁ ଯାଜପୁର ଯାଏଁ  ସରକାରୀ ସ୍ବାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଉଠିଲାଣି ପ୍ରଶ୍ନ । କଳାହାଣ୍ଡି ଜିଲ୍ଲାରେ ୧୧୬ ଡାକ୍ତର ପଦବୀ ଖାଲି ପଡ଼ିଛି । ୧୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ୧୨ଟିରେ ନା’ ଗାଇନିକ୍‌ ଡାକ୍ତର ଅଛନ୍ତି ନା’ ଅଛନ୍ତି ଶିଶୁ ବିଶେଷଜ୍ଞ । ସେହିଭଳି ଯାଜପୁର ଜିଲ୍ଲାରେ ମଧ୍ୟ  ଡାକ୍ତର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ।

ନାହିଁ ନାହିଁରେ ଚାଲିଛି ସରକାରୀ ସ୍ବାସ୍ଥ୍ୟ ସେବା । କୋଉଠି ଡାକ୍ତରଖାନାରେ ଡାକ୍ତର ନାହାନ୍ତି  ତ ଆଉ କୋଉଠି ନାହାନ୍ତି  ଆବଶ୍ୟକ ସଂଖ୍ୟକ କର୍ମଚାରୀ । କୋଉଠି ବେଡ୍‌ ନଥିବାରୁ ବାରଣ୍ଡାରେ ଚାଲିଛି ରୋଗୀଙ୍କ ଚିକିତ୍ସା। ପୁଣି କୋଉଠି ବିଜୁଳି କଟିଲେ ସବୁ ଅନ୍ଧାର । ଜେନେରେଟର ଚାଲୁନି, ଆମ୍ବୁଲାନ୍‌ସ୍‌ ନାହିଁ । କଳାହାଣ୍ଡିରୁ ଯାଜପୁର ଯାଏଁ ସରକାରୀ ସ୍ବାସ୍ଥ୍ୟ ସେବାର ଏଭଳି ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଉଠିଲାଣି ପ୍ରଶ୍ନ । କଳାହାଣ୍ଡି ଜିଲ୍ଲାରେ ଖାଲି ପଡ଼ିଛି ୧୧୬ ଡାକ୍ତର ପଦବୀ । ବିନା ଗାଇନିକ୍‌ ଡାକ୍ତର, ବିନା ଶିଶୁ ବିଶେଷଜ୍ଞରେ ଚାଲିଛି ଜିଲ୍ଲାର ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଏମିତିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ୭୬ ଡାକ୍ତର ଆବଶ୍ୟକ ଥିବା ବେଳେ ଖାଲି ପଡ଼ିଛି ୫୪ ପଦବୀ । ୨୩ ବିଶେଷଜ୍ଞଙ୍କ ସ୍ଥାନରେ କାମ ଚଳାଉଛନ୍ତି ୭ । କୋଉଠି ଆମ୍ବୁଲାନ୍‌ସ୍‌ ମିଳୁନି ତ ଆଉ କୋଉଠି ବେଡ୍‌ ନଥିବାରୁ ବାରଣ୍ଡାରେ ଚାଲିଛି ରୋଗୀ ଚିକିତ୍ସା ।

କଳାହାଣ୍ଡିରେ ସ୍ବାସ୍ଥ୍ୟ ସେବାର ଅବସ୍ଥା ତ ଦେଖିଲେ, ଏବେ ଆସନ୍ତୁ ଯିବା ଯାଜପୁର । ସେଠି ମଧ୍ୟ ସାମ୍ନାକୁ ଆସୁଛି ସମାନ ଚିତ୍ର । ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି, ଆଉ ଯିଏ ଥିଲେ ତାଙ୍କୁ ଡେପୁଟେସିନରେ ପଠାଇଦିଆଯାଇଛି । ମାନେ ଏଠି ରୋଗୀଙ୍କୁ କେବଳ ଭଗବାନ ଭରସା । ଇଏ ହେଉଛି ଯାଜପୁର କୋତପୁର ମେଡିକାଲ । ଯାହା ଉପରେ ନିର୍ଭର କରନ୍ତି ୪ଟି ପଞ୍ଚାୟତର ୨୦ହଜାର ଲୋକ । ହେଲେ ଏଠି ଜଣେ ହେଲେ ବି ଡାକ୍ତର ନାହାନ୍ତି । କାମ ଚଳାଉଛନ୍ତି ଫାର୍ମାସିଷ୍ଟ । ଆଉ ବଳ ନପାଇଲେ ୧୦୦କିଲୋମିଟର ଦୂରକୁ ରୋଗୀଙ୍କୁ ରେଫର କରିଦେଲେ କାମ ସରିଲା ।

   Related Posts