Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ସରକାରଙ୍କ ମୋ ସରକାର ଯୋଜନାରେ ମୁଖ୍ୟ ଫୋକସ୍ ହେଉଛି ସ୍ବାସ୍ଥ୍ୟସେବା, ହେଲେ ନବରଙ୍ଗପୁର ମଇଦଲପୁର ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଦେଖିଲେ ଜଣାପଡୁଛି ବାସ୍ତବତା

25/10/2019 at 4:55 PM

ନବରଂଗପୁର ୨୫|୧୦: ନବରଂଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବେହାଲ । ଜିଲ୍ଲାର ଅଧିକାଂଶ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଅଭାବର ସମସ୍ୟା । ମଇଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲା ଏହି ସମସ୍ୟା ରହିଛି । ଫଳରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ ।

ଆୟୁଷ୍ମାନ ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ । ସ୍ୱାସ୍ଥ୍ୟ ସେବାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା । ହେଲେ ଆଜି ବି ସାଧାରଣ ମଣିଷ ପାଖେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତି ଦେଖି ନିଅନ୍ତୁ । ୧୦୦ ଗାଁର ୪୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଏହି ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଡାକ୍ତରଖାନାରେ ଦୀର୍ଘ ଦିନ ହେଲା କେହି ଡାକ୍ତର ନାହାନ୍ତି । ରୋଗୀ ଆସନ୍ତି, ଫାର୍ମାସିଷ୍ଟଙ୍କ ଭରସାରେ । ଛୋଟିଆ ଖଣ୍ଡିଆ ଖାବରା, ଜର-ଥଣ୍ଡା ହେଲେ କାମ ଚଳିଯାଏ । ତାହାଠାରୁ ଅଧିକ ହେଲେ ଏଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହୁଏ ରୋଗୀ ।

‘ମୋ ସରକାର’ରେ ଥାନା ଓ ସରକାରୀ ଡାକ୍ତରଖାନାକୁ ଫୋକସ୍ କରାଯାଉଛି । କିନ୍ତୁ ମଇଦଲପୁରରେ ଯେତେବେଳେ ଡାକ୍ତର ହିଁ ନାହାନ୍ତି, ସେଠି ରୋଗୀ ସେବା କଥା ପଚାରେ କିଏ ? ଗୁରୁତର ରୋଗୀ, ପ୍ରସୂତି ଏମାନଙ୍କ ଲାଗି ପ୍ରାଥମିକ ଚିକିତ୍ସା ଯୋଗାଇବାରେ ବି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅସମର୍ଥ । ଡାକ୍ତର ପଦବୀ ପୂରଣ ଲାଗି ଦୀର୍ଘ ଦିନ ହେବ ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି । କିନ୍ତୁ ଫଳ ଶୂନ୍ । ଏ ସଂପର୍କରେ ସିଡିଏମଓଙ୍କ କହିବା କଥା, ପୂରା ଜିଲ୍ଲାରେ ଡାକ୍ତର ଅଭାବର ସମସ୍ୟା ରହିଛି ।

ସ୍ୱାସ୍ଥ୍ୟ ଏକ ମୌଳିକ ସୁବିଧା । ହେଲେ ଏଥିରୁ ଆଜି ବି ଅନେକ  ବଞ୍ଚିତ । ବିଶେଷକରି, ସରକାରୀ ହସ୍ପିଟାଲ ଗୁଡ଼ିକର ଏହି ଚିତ୍ର ବଦଳିବାର ଆବଶ୍ୟକତା ରହିଛି ।

   Related Posts