ସ୍ବାସ୍ଥ୍ୟ ସଚିବଙ୍କ ଅପିଲ୍‌: ଭୋଜି-ଭାତ, ଉତ୍ସବ ଏବଂ ଖେଳକୁଦରେ ହୁଅ ନାହିଁ ଏକାଠି...

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ୯/୩: କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦେଶରେ ୪୩ ଜଣ ଆାକ୍ରାନ୍ତ ହୋଇଛନ୍ତି। ସୋମବାରରେ କେରଳ ଜଣେ ୩ବର୍ଷର ଶିଶୁ ଏବଂ ଜାମ୍ମୁ କାଶ୍ମୀରରେ ୬୩ ବର୍ଷ ମହିଳାଙ୍କ ଠାରେ ପଜିଟିଭ୍‌ ବାହାରିଛି। ଏହାକୁ ଦେଖି ସବୁ ରାଜ୍ୟ ସରକାର ରାପିଡ୍‌ ଆକ୍ସନ୍‌ ଟିମ୍‌ ଗଠନ କରିବା ଲାଗି ଗାଇଡ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଏପଟେ ଆମ ରାଜ୍ୟରେ ୨ ଜଣ ବିଦେଶୀ ନାଗରିକଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ସେପଟେ ଚୀନ୍‌ ପରେ ପରେ ଇରାନ ଓ ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

{"id":235735,"sizeSlug":"large"}

କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦେଶ​‌ରେ ୪୩ ଆକ୍ରାନ୍ତ ହୋଇଛନ୍ତି। ସୋମବାରରେ ଜାମ୍ମୁ କାଶ୍ମୀରର ଜଣେ ୬୩ ବର୍ଷିୟା ମହିଳାଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ବେଳେ କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାକୁ ମିଶାଇ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।

{"id":235736,"sizeSlug":"large"}

କେରଳରେ ତିନି ବର୍ଷର ଛୋଟ ଛୁଆଟି ପରିବାର ସହ ଇଟାଲୀ ଯାଇଥିଲା। ଦିନକୁ ଦିନ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ସର​‌କାରଙ୍କୁ ରାପିଡ୍‌ ଆକ୍ସନ ଟିମ୍‌ ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି। ସେପଟେ ଇରାନରେ ଥିବା ଭାରତୀୟକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।ଦେଶର ୩୦ଟି ଏୟାରପୋର୍ଟରେ ସାଢ଼େ ୮ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ ହଜାର ଲୋକ ନିରୀକ୍ଷଣରେ ରହିଛନ୍ତି।

ଓଡ଼ିଶାରେ ଏପର୍ଯ୍ୟନ୍ତ ଜଣେ ହେଲେ କରୋନା ପଜିଟିଭ୍‌ ଚିହ୍ନଟ ହୋଇନଥିଲେ ମଧ୍ୟ ସତର୍କତା ବେଶ୍‌ ବଢ଼ିଯାଇଛି ।ଓଡ଼ିଶାରେ ୨ ବିଦେଶୀ ନାଗରିକଙ୍କ ସ୍କ୍ରିନିଂ କରାଯିବା ପରେ ସେମାନଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି ।ଏୟାରପୋର୍ଟ ଓ ବନ୍ଦର ଗୁଡ଼ିକରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସରକାରୀ , ବେସରକାରୀ ସବୁ ଅଫିସରେ ସଚେତନତା ସୃଷ୍ଟି କରାଯାଉଛି। କାଲି ହୋଲିଥିବାରୁ ଅଧିକ ଲୋକ ଏକାଠି ହୋଇ ନ ଖେଳିବାକୁ ସ୍ବାସ୍ଥ୍ୟ ସଚିବ ଅପିଲ୍‌ କରିଛନ୍ତି । ମିଳିତ ଭାବେ ଭୋଜିଭାତ ନ କରିବା ପାଇଁ କହିଛନ୍ତି । ହାତ ମିଳାଇବା ଏବଂ ଆଲିଙ୍ଗନ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।

{"id":235737,"sizeSlug":"large"}

ଚୀନ ପରେ ଏବେ ଇଟାଲିରେ ମଧ୍ୟ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଚୀନରେ ମୃତ୍ୟୁ ସଂଖ୍ୟା ୩୧୧୯ରେ ପହଞ୍ଚିଛି । ୮୦ ହଜାର ୭୦୦ ଜଣ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ ମୃତକଙ୍କ ସଂଖ୍ୟା ୩୬୬ ପହଞ୍ଚିଥିବା ବେଳେ ୭୩୭୫ ଜଣ ସଂକ୍ରମିତ ଅଛନ୍ତି ।

{"id":235738,"sizeSlug":"large"}

ରବିବାର ଗୋଟିଏ ଦିନରେ ୧୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଇରାନରେ କରୋନା ଭାଇରସରେ ପୁଣି ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୋଟ୍ ମୃତ୍ୟୁ ସଂଖ୍ୟା ୧୯୪ ଛୁଇଁଛି। ଇରାନରୁ ଇଉରୋପୀୟ ଦେଶକୁ ବିମାନ ଚଳାଚ ବନ୍ଦ କରିଦିଆଯାଇଛି। କରୋନା ଭାଇରସ୍‌ରେ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ୧ ଲକ୍ଷ ୯ ହଜାର ୯୬୯ ଜଣ ସଂକ୍ରମିତ ହୋଇଛନ୍ତି ।୩ ହଜାର ୮୨୭ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.