ରାଜ୍ୟରେ ବଢିବ କି ଲକ୍ ଡାଉନ୍ ? ଏମିତି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

Published By : Prameya-News7 Bureau | May 27, 2021 IST

ଭୁବନେଶ୍ବର ୨୭।୫: ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଡୋର୍ ଟୁ ଡୋର୍ ସର୍ଭେକୁ ଜୋରଦାର କରାଯିବ । ପ୍ରଭାବିତ ଅଞ୍ଚଳରେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଲେ ଟିକାକରଣ ଓ ଟେଷ୍ଟିଂ ଆରମ୍ଭ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ବାତ୍ୟା ପାଇଁ ଟେଷ୍ଟିଂ କମିଛି । ଓଡିଶାରେ ପଜେଟିଭିଟି ରେଟ୍ କମିଛି । ପୂର୍ବରୁ ୨୦+ ରେ ଥିଲା ଏବେ ଏହା ୧୪କୁ ଖସିଆସିଛି । ବାତ୍ୟା ଦ୍ବାରା ଆମର କୌଣସି ଜିଲ୍ଲାରେ ବି କୋଭିଡ୍ ଇନଫ୍ରାଷ୍ଟ୍ରକ୍ଚର ନଷ୍ଟ ହୋଇନାହିଁ ।

ଆଇସିୟୁରେ ଅତି ଗୁରୁତର କରୋନା ରୋଗୀ ବହୁଦିନ ହେବ ରହି ଚିକିତ୍ସିତ ହେଉଥିବା ଫଳରେ ଏବେ ମୃତ୍ୟୁସଂଖ୍ୟା ଅଧିକ ଆସୁଛି । ଓଡିଶାରେ ଆଇସିୟୁ ୮୦ ପ୍ରତିଶତ ଫିଲଅପ ଅଛି ଓ ଭେଣ୍ଟିଲେଟର ୫୦ ପ୍ରତିଶତ ଫିଲଅପ ଅଛି । ଏକ୍ସପର୍ଟମାନଙ୍କ ମତାମତ ନିଆଯାଉଛି । ତା ପରେ ଲକ୍ ଡାଉନ୍ ଉପରେ ଚିନ୍ତା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.