Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସଂକ୍ରମଣ ବଢାଉଛି ୨ୟ ଲହର, ଟେଷ୍ଟିଂ-ଟ୍ରାକିଂ-ଟ୍ରିଟ୍‌ମେଣ୍ଟ ଉପରେ ସରକାରଙ୍କ ଗୁରୁତ୍ୱ

22/04/2021 at 1:05 PM

ଭୁବନେଶ୍ୱର ୨୨।୦୪: ରାଜ୍ୟରେ କରୋନାର ୨ୟ ଲହର ବହୁତ ଶୀଘ୍ର ସଂକ୍ରମଣ ହାର ବୃଦ୍ଧି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରା ପ୍ରସ୍ତୁତ ରହିଛନ୍ତି । ଆଗକୁ ଟେଷ୍ଟ ସଂଖ୍ୟା ବୃଦ୍ଧି କରାଯିବ । ପ୍ରତିଦିନ ୫୦ହଜାର ଟେଷ୍ଟିଂ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେହିପରି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସ୍ଥିତି ଭଲ ଅଛି, ଆମେ ନିୟନ୍ତ୍ରଣରେ ରହିଛେ । କୁମ୍ଭମେଳାକୁ ୪ଶହ ଲୋକ ଯିବାର ତାଲିକ ରହିଛି । ଏହାମଧ୍ୟରୁ ୨ଶହ ଫେରିଛନ୍ତି । କରୋନା କଟକଣାକୁ କଡାକଡି କରିବା କାମ ପ୍ରଶାସନ ସଠିକ୍‌ ଭାବେ କରୁଛି । ଏଥି ସହିତ ମେଡିକାଲ ପ୍ରସ୍ତୁତି ମଧ୍ୟ ଚାଲିଛି ।  ଟେଷ୍ଟିଂ , ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଭାକ୍ସିଂନେସନ ବି ବଢ଼ାଯାଉଛି ।

ତେବେ ସୀମାନ୍ତ ଜିଲ୍ଲାରେ ଲାଗିଥିବା କଟକଣା ଫଳପ୍ରଦ ହେଉଛି । ସେଥିଲାଗି ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ସଂଖ୍ୟା ନିୟନ୍ତ୍ରଣରେ ଅଛି । ମୃତ୍ୟୁ ହାର ମଧ୍ୟ କମ ରହିଛି । ସେ ସବୁ ଜିଲ୍ଲାକୁ ଡାକ୍ତରମାନଙ୍କୁ ପଠାଯାଉଛି । ସବୁଦିନ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯାଉଛି । ପ୍ରବାସୀ ମାନେ ଆମ ରାଜ୍ୟର ଲୋକ ସେମାନେ ଯଦି ସେଠୁ ଫେରିବେ , ତେବେ ସେମାନଙ୍କ ଲାଗି ବ୍ୟବସ୍ଥା କରାଯାଉଛି । ଯେଉଁମାନେ ଘରେ ଆଇସଲେସସନରେ ରହିବା ସୁବିଧା ନାହିଁ । ସେମାନଙ୍କ ଲାଗି ପଞ୍ଚାୟତ ସ୍ତରରେ କ୍ଲଷ୍ଟ୍ରର ଭିତ୍ତିରେ ସଂଗରୋଧ କେନ୍ଦ୍ର କରାଯାଉଛି । ଜିଲ୍ଲାପାଳମାନକୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି। ଯେଉଁ ଡାକ୍ତର ମାନେ ଯୋଗ ଦେଉନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।

   Related Posts