ସ୍ଵାସ୍ଥ୍ୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ: କରୋନା ଆକ୍ରାନ୍ତ ଶିଶୁକୁ ଦେଲେ ଏକ୍ସପାରୀ ଔଷଧ, ପଚାରିବାରୁ ଦେଲେ ଅଜବ ଉତ୍ତର, କହିଲେ…

Published By : Prameya-News7 Bureau | December 13, 2020 IST

ପଦମପୁର ୧୩।୧୧: ଗରିବ ଅସହାୟ ଲୋକ ସରକାରୀ ଡାକ୍ତରଖାନାରେ ବିନା ମୂଳ୍ୟରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଯୋଜନା ମାନ କରାଯାଇଛି। ନିରାମୟ ଯୋଜନାରେ ଲୋକେ ଚିକିତ୍ସିତ ହେଲେ ପରେ ବିନାମୂଲ୍ୟରେ ଔଷଧ ପାଇପାରିବେ । ଔଷଧ ଖାଇବା ଦ୍ବାରା ଲୋକଙ୍କ ରୋଗ ଭଲ ହୋଇଥାଏ। ହେଲେ ନିରାମୟ କେନ୍ଦ୍ରରୁ ଔଷଧ ନେଇ ଖାଇବା ପରେ ଦେହ ଖରାପ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ। ଏକ୍ସପାରୀ ଔଷଧ ତ ଦେଲେ, ଉପରେ ପୁଣି ଅଜବ ତର୍କ ଦେଲେ କର୍ମଚାରୀ।

ସରକାରୀ ଡାକ୍ତର ଖାନାରେ ଲୋକେ ବିନା ମୂଲ୍ୟରେ ଔଷଧ ପାଇ ପାରିବେ ଏବଂ ତାଙ୍କର ରୋଗ ଦୂର କରିବେ ବୋଲି ସରକାର ନିରାମୟ ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଡାକ୍ତରଖାନାରେ ନିରାମୟ କେନ୍ଦ୍ର ଖୋଲିଛନ୍ତି । ହେଲେ ନିରାମୟ କେନ୍ଦ୍ର ଦାୟିତ୍ବରେ ଥତ୍ବା ଅଧତ୍କାରୀଙ୍କ ଭୁଲ ଯୋଗୁଁ ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି ।

{"id":376905,"sizeSlug":"large","linkDestination":"none"}

ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କନ୍ଦାଗାଡ ପଂଚାୟତ ଅନ୍ତର୍ଗତ କମଳାପଦର ଗାଁର ଗୋଟିଏ ପରିବାରର ଲୋକେ କରୋନା ଲକ୍ଷଣ ଅନୁଭବ ହେବାରୁ ସେମାନେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଡିସେମ୍ବର ୦୯ ତାରିଖ ଦିନ କୋଭିଡ୍ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଇଲେ। ସେହି  ପରିବାରର ସ୍ବାମୀ,ସ୍ତ୍ରୀ ଓ ତାଙ୍କ ଦୁଇ ମାସର ଶିଶୁ କରୋନା ପୋଜିଟିଭ ଚିହ୍ନଟ ହେଲେ । ତାଙ୍କୁ ସେଠାରେ ଥିବା ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେଲେ । ସେ ପରିବାର ପଦ୍ମପୁର ସରକାରୀ ଡାକ୍ତରଖାନା ମଧ୍ୟରେ ଥିବା   ନିରାମୟ କେନ୍ଦ୍ରରୁ ଔଷଧ ନେଲେ ଏବଂ ଖାଇଥିଲେ । ଏହି ଔଷଧ ଖାଇବା ଦ୍ଵାରା ଶିଶୁଟିର ଦେହ ଆହୁରୀ ଖରାପ ହୋଇଥିଲା ଏବଂ ଝାଡା ହୋଇଥିଲା। ଦୁଇ ମାସର ଶିଶୁକୁ ଦିଆଯାଇଥିବା ଦୁଇଗୋଟି ଔଷଧ ମଧ୍ୟରୁ ଗୋଟିଏ ଔଷଧ ଏକ୍ସପାରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଯାହାର ବୈଧତା ଅକ୍ଟୋବର ମାସ ୨୦୨୦ମସିହାରେ ସମାପ୍ତ ହୋଇଥିବା ଜଣା ପଡିଛି।  

{"id":376906,"sizeSlug":"large","linkDestination":"none"}

ଏହି ଏକ୍ସପାରୀ ଔଷଧ ଖାଇବା ଦ୍ବାରା ଶିଶୁଟିର ଦେହ ଆହୁରି ବିଗିଡି ଯାଇଥିଲା।  ଯେହେତୁ ସେମାନେ କରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ସେଠାକାର ଡାକ୍ତରଖାନା କର୍ମଚାରୀ ମାନେ ଯାଇଥିଲେ। ହେଲେ ପରେ ଔଷଧ ଏକ୍ସପାରୀ ହୋଇଥିବା ଜାଣି ଉକ୍ତ ପରିବାର ଠାରୁ ସେହି ଏକ୍ସପାରୀ ଔଷଧ ନେଇଯାଇଥିଲେ ଏବଂ ଏକ୍ସପାରୀ ସରିଲା ପରେ ମଧ୍ୟ ଛଅ ମାସ କାମ କରିଥାଏ ବୋଲି କହିଥିଲେ । ନିରାମୟ କେନ୍ଦ୍ର ଦାୟିତ୍ବରେ ଥିବା ଅଧତ୍କାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗୋଟିଏ ଶିଶୁର ଜୀବନ ଚାଲି ଯାଇଥାନ୍ତା। । ଏ ବିଷୟରେ ପଦ୍ମପୁର ଏସଡିଏମଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇପାରିନଥିଲା। ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦର ଓବାନଙ୍କୁ ପଚରାଯିବାରୁ ସେ ଏ ବିଷୟରେ ପଦ୍ମପୁର ଏସଡିଏମଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦବେ ଓ ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। 

ଏପରି କିଛି ଅବହେଲିତ କର୍ମଚାରୀଙ୍କ ଖାମଖିଆଲି କାମ ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ଆସୁଛି ଏବଂ ସରକାରଙ୍କ ଲୋକ ଉପେଯାଗୀ ନିରାମୟ ଯାଜନା ଉପରେ ଲୋକଙ୍କ ଭରସା ତୁଟୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.