ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦେବା ପଡ଼ିଲା ମହଙ୍ଗା, ସ୍ୱାସ୍ଥ୍ୟକର୍ମୀ ନିଲମ୍ୱିତ

Published By : Prameya-News7 Bureau | April 02, 2021 IST

ବେଙ୍ଗାଲୁରୁ, ୦୨/୦୪: କୋଭିଡ୍-୧୯ ଟିକାକରଣ ନିୟମର ଉଲଙ୍ଘନ କରି କର୍ଣ୍ଣାଟକର କୃଷିମନ୍ତ୍ରୀ ବି.ସି. ପାଟିଲ୍ ଏବଂ ତାଙ୍କ ପତ୍ନୀଙ୍କୁ ମନ୍ତ୍ରୀଙ୍କ ବାସସ୍ଥାନକୁ ଯାଇ ଟିକା ଦେବା ଜେଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ଚାକିରୀରୁ ନିଲମ୍ୱନ କରାଯାଇଛି ।

କର୍ଣ୍ଣାଟକର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଆୟୁକ୍ତ ଡା.କେବି ତ୍ରିଲୋକ ଚନ୍ଦ୍ର ମାର୍ଚ୍ଚ ୨୬ ତାରିଖରେ ଜାରି ହୋଇଥିବା ଆଦେଶକୁ ନେଇ କହିଥିଲେ ଯେ, ଡ୍ୟୁଟିରେ ବ୍ୟତିକ୍ରମ କରିଥିବା ଅଭିଯୋଗରେ ସମ୍ପୂର୍ଣ୍ଣ ଯାଞ୍ଚ ହେବା ପର୍ଯ୍ୟନ୍ତ ହାବେରୀ ଜିଲ୍ଲା ସ୍ଥିତ ହିରେକେରୁର ତାଲୁକ୍ର ସ୍ୱାସ୍ଥ୍ୟ ଅଧିକାରୀ ଡା. ଜେଡ୍ ଆର୍ ମଖନ୍ଦରଙ୍କୁ ସରକାରୀ ସେବାରୁ ନିଲମ୍ୱିତ କରିଯାଇଛି ।

ଆଦେଶରେ କୁହାଯାଇଛି, ବାରମ୍ୱାର ପ୍ରଶିକ୍ଷଣ ଏବଂ ନିର୍ଦ୍ଦେଶ ଦେବା ପରେ ମଧ୍ୟ ମନ୍ତ୍ରୀଙ୍କ ଘରକୁ ଯାଇ ଟିକା ଦିଆଯାଇଛି । ବିନା ଅନୁମତିରେ ସ୍ୱାସ୍ଥ୍ୟ ଅଧିକାରୀ ଏପରି କରିଥିଲେ । ତେଣୁ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆହୋଇଛି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨ ତାରିଖରେ ମନ୍ତ୍ରୀ କରୋନାରୁ ବର୍ତ୍ତିବା ପାଇଁ ନିଜ ବାସସ୍ଥାନରେ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିଲେ । ଏହାର ଏକ ଫଟୋ ସେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରଥିଲେ । ନିୟମର ଉଲଙ୍ଘନ କରି ମନ୍ତ୍ରୀଙ୍କ ଘରେ ଟିକା ଲଗାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.