ଟ୍ରେନ୍ ବଗିରେ କୋଭିଡ୍ କେୟାର ସେଣ୍ଟର, ବ୍ୟବହାର ନେଇ ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୮|୫: ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଟ୍ରେନ୍ ବଗିଗୁଡିକର କୋଭିଡ୍ କେୟାର ସେଣ୍ଟରକୁ ବ୍ୟବହାର କରିବା ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ରେଳ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବା ପାଇଁ ତୁରନ୍ତ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ଚିଠିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରେଳବାଇ ପକ୍ଷରୁ ୫ ହଜାରରୁ ଅଧିକ ବଗିରେ କୋଭିଡ୍ କେୟାର ସେଣ୍ଟର କରାଯାଇଛି । ଯାହାକୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ତେଣୁ ଏହି ବଗି ଗୁଡିକର ବ୍ୟବହାର ନେଇ ରେଳ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବା ନେଇ ଚିଠିରେ ଦର୍ଶାଯାଇଛି । ଏଥିପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ମଧ୍ୟ କୁହାଯାଇଛି ।

ଏହି କୋଭିଡ୍ କେୟାର ସେଣ୍ଟରରେ କରୋନାର ସାମାନ୍ୟ କିମ୍ବା ଅତି ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ରଖାଯିବ । ଯେଉଁ ରାଜ୍ୟଗୁଡିକରେ କରୋନା ସଂକ୍ରମିତଙ୍କ ପାଇଁ ଯଥେଷ୍ଟ ସୁବିଧା ଉପଲବ୍ଧ ନଥିବା ସେହି ରାଜ୍ୟଗୁଡିକ ଏହି କୋଭିଡ୍ କେୟାର ସେଣ୍ଟରକୁ ବ୍ୟବହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.